କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ନିବେଦନ ପତ୍ର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଶିଳ୍ପ ବିହୀନ କୃଷିଭିତ୍ତିକ, ବନ୍ୟା, ବାତ୍ୟା ପ୍ରବଣ ଜିଲ୍ଲା ରୁପେ ପରିଚିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ରାଜନୈତିକ କର୍ମଭୂମି କେନ୍ଦ୍ରାପଡା ଜିଲ୍ଲାରେ ଏକ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ କେନ୍ଦ୍ରାପଡା ଜିଲ୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏକ ନିବେଦନ ପତ୍ର ପ୍ରଦାନ କରାଯାଇଛି । ଗତ ୨୦୧୯ମସିହା ଜୁଲାଇମାସ ୭ତାରିଖରେ ଜିଲ୍ଲା ସଚେତନ ନାଗରିକ ମଞ୍ଚର ସଭାପତି ଆଇନଜୀବୀ ପ୍ରତାପ ମହାପାତ୍ର, ସାଧାରଣ ସମ୍ପାଦକ ଇଂ ସୈାମ୍ୟ ରଞ୍ଜନ ବିଶ୍ୱାଳ, ଉପଦେଷ୍ଠା ବରିଷ୍ଟ ସାମ୍ବାଦିକ ପରେଶ ଦାସ, ଶିକ୍ଷାବିତ୍ ପ୍ରଣବ କୁମାର ଜେନା, ସାବିର ଖାଁ ପ୍ରମୁଖଙ୍କ ଏକ ପ୍ରତିନିଧି ଦଳ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ କେନ୍ଦ୍ରାପଡା ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ଦୀର୍ଘ ୪ବର୍ଷ ଧରି କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଗଣ ସଂଗଠନ, ରାଜନୈତିକ ଦଳ, ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀମାନେ ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି କରି ଆସୁଛନ୍ତି । ଜନପ୍ରିୟ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୧୫ ଲକ୍ଷରୁ ଉର୍ଦ୍ଧ୍ୱ ସାଧାରଣ ଜନତାଙ୍କ ଭାବାବେଗକୁ ସହୃଦୟତାର ସହ ଅନୁଭବ କରି ଯଥା ଶୀଘ୍ର କେନ୍ଦ୍ରାପଡା ଜିଲ୍ଲାରେ ଏକ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ମଞ୍ଚର ସଭାପତି ଆଇନଜୀବୀ ପ୍ରତାପ ମହାପାତ୍ର, ଉପଦେଷ୍ଠା ପରେଶ ଦାସ, ନିରଞ୍ଜନ ପଟନାୟକ, ମାତୃଦତ୍ତ ମହାନ୍ତି, ସାବିର ଖାଁ, ଅଭିମନ୍ୟୁ ରାଉତ, ପ୍ରଶାନ୍ତ କୁମାର ନାୟକ, ମରୁତ କୁମାର ସ୍ୱାଇଁ, ଲକ୍ଷ୍ମୀକାନ୍ତ ନାୟକ, ଗୌତମ କୁମାର ସ୍ୱାଇଁ, ଜ୍ଞାନେନ୍ଦ୍ର କୁମାର ବାରିକ, ନାରାୟଣ ସିଂହ, ନିରଞ୍ଜନ ପାତ୍ର, ସୁନାକର ସେଠୀ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲଙ୍କୁ ନିବେଦନ ପତ୍ର ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।