କେନ୍ଦ୍ରାପଡାରେ ମେଡିକାଲ କଲେଜ ଦାବିରେ କଂଗ୍ରେସର ମହାଆନ୍ଦୋଳନ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡାରେ ସ୍ୱାସ୍ଥ୍ୟସେବାର ବିକାଶ ନିମନ୍ତେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ମହାଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା କଜଳାସ୍ଥିତ କଂଗ୍ରେସଭବନରୁ ବାହାରି ସହର ମଧ୍ୟଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚିବା ପରେ ସେଠାରେ ବ୍ଲକ କଂଗ୍ରେସ ସଭାପତି ଶିବ ପ୍ରସାଦ ବିଶ୍ୱାଳଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଟିତ ହୋଇଥିଲା । ସେହି ସଭାରେ ପୂର୍ବତନ ମନ୍ତ୍ରୀ ଶ୍ରୀ ବେହେରା, ଜିଲ୍ଲା କଂଗ୍ରେସ ସଭାପତି ଚିନ୍ମୟ ପ୍ରସାଦ ବେଉରା, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି,ଦେବେନ୍ଦ୍ର ଶର୍ମା,ଜ୍ଞାନଦେବ ବେହୁରା,ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ, ଫକିର ଚରଣ ଖଟୁଆ, ବିଭ୍ରାଂଶୁ ଶେଖର ଲେଙ୍କା ପ୍ରମୁଖ ଯୋଗଦେଇ ଡାକ୍ତର ଅଭାବ ଜନିତ ସମସ୍ୟା ସାରା ଜିଲ୍ଲା ତଥା ମୁଖ୍ୟ ସଦର ମହକୁମା ଡାକ୍ତରଖାନାରେ ଅନୁଭୂତ ହୋଇଥିବାରୁ ତୁରନ୍ତ ଏହାର ସମାଧାନ ସହ ଜିଲ୍ଲାବାସୀଙ୍କୁ ସବୁ ପ୍ରକାର ଉନ୍ନତମାନର ସ୍ୱାସ୍ଥ୍ୟସେବା ପ୍ରଦାନ ନିମନ୍ତେ ଏଠାରେ ମେଡିକାଲ କଲେଜ ପ୍ରତିଷ୍ଠା କରିଯିବାକୁ ଦାବି କରିଥିଲେ । ଏତଦବ୍ୟତିତ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ପ୍ରଦାନ, ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଗୋବରୀ କେନାଲ ଓ ଗୋବରୀ ନଦୀ ପୁନରୁଦ୍ଧାର କରାଯିବା, ୨୦୧୮ ସେପ୍ଟେମ୍ବର ଅଦିନିଆ ବର୍ଷା ହେତୁ ଜିଲ୍ଲାର ଚାଷୀମାନଙ୍କୁ କ୍ଷତିପୁରଣ ବାବଦ ସହାୟତା ମଞ୍ଜୁରୀ ହୋଇ ଜିଲ୍ଲାପାଳଙ୍କ ନିକଟରେ ପଡିରହିଥିବା ୧୯.୪୨କୋଟି ଟଙ୍କା କ୍ଷତିଗ୍ରସ୍ତ ଚାଷୀମାନଙ୍କ ମଧ୍ୟରେ ଯୁଦ୍ଧକାଳୀନ ଭିତିରେ ଆବଂଟନ କରାଯିବାକୁ ଦାବି କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ ରାଉତ, ପ୍ରଦ୍ୟୁମ୍ନ ଜେନା, ବିଧୁଭୂଷଣ ମହାପାତ୍ର, ସୈାମେନ୍ଦ୍ର ପୃଷ୍ଟି, ମହମ୍ମଦ ଆକବର ଅଲ୍ଲୀ, ମୁକ୍ତାର ଖାଁ, ଶରତ ବେହୁରା, ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତ, ପ୍ରସନ୍ନ ମଲ୍ଲିକ, ସୟଦ ଅବଦୁଲ ସତ୍ତାର, ଗୋପାଳକୃଷ୍ଣ ଜେନା, ହିବଜୁର ରହେମାନ, ସର୍ବେଶ୍ୱର ସେଠୀ, ଶ୍ରୀଚରଣ ବେହେରା, ମୀର ମୁର୍ଶିଦ, ଆଶିଷ ମେକାପ, ନିରୂପମା ଦାସ, ଦିପ୍ତିରାଣୀ ପ୍ରଧାନ, କମଳାକାନ୍ତ ବେହେରା, ସନ୍ଧ୍ୟାରାଣୀ ରାଉତ, ଅନ୍ନପୂର୍ଣ୍ଣା ଦାସ, ପ୍ରଶାନ୍ତ ବିଶ୍ୱାଳ, ଶାରଦା ରାଉତ, ଭାଗିରଥୀ ଜେନା, ପ୍ରଭାତ ଉଡାନସିଂ, ଜ୍ଞାନରଞ୍ଜନ ମହାନ୍ତି, ବ୍ରହ୍ମାନନ୍ଦ ଭଦ୍ର, ଜ୍ଞାନରଞ୍ଜନ ସାହୁ ପ୍ରମୁଖ ୨ହଜାରରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ଓ ସମର୍ଥକମାନେ ଯୋଗଦେଇ ଥିଲେ । ପ୍ରତିବାଦ ସଭା ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।