କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସହଯୋଗର ହାତ ବଢାଇଲେ କେନ୍ଦ୍ର ସରକାର ପଦକ୍ଷେପ ନେବେ – ଧର୍ମେନ୍ଦ୍ର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କେନ୍ଦ୍ରାପଡାର ଶ୍ରୀବଳଦବେଜୀଉଙ୍କୁ ଦର୍ଶନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ର ତୈଳ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କେନ୍ଦ୍ରାପଡା ଗସ୍ତରେ ଆସି ଜିଲ୍ଲାର ଭିତରକନିକାରେ ରାତ୍ରି ଯାପନ କରିଥିଲେ । ଆଜି ସେଠାରୁ ବୋଟରେ ଭିତରକନିକା ଜାତୀୟ ଉଦ୍ୟାନ ପରିଦର୍ଶନ କରିବା ପରେ କେନ୍ଦ୍ରାପଡାର ଜଜାଙ୍ଗସ୍ଥିତ ସର୍କିଟହାଉସରେ ଅପରାହ୍ନ ପ୍ରାୟ ସାଢେ ଗୋଟାଏ ସମୟରେ ପହଁଚିବା ପରେ ସେଠାରେ ସ୍ୱାସ୍ଥ୍ୟ ବିଭାଗର କୋଭିଡ ଯୋଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନିତା ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସଚିଦାନନ୍ଦ ମିଶ୍ର, ଡା. କିଶୋର ମିଶ୍ର, ଡା. ସଞ୍ଜିତ କୁମାର ସେଠୀଙ୍କ ସମେତ ଆଶାକର୍ମୀ, ଅଙ୍ଗନୱାଡିକର୍ମୀ, ନର୍ସ ପ୍ରଭୃତି ୧୦ଜଣଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏଥିସହିତ ସେମାନଙ୍କ ସହିତ କୋଭିଡ ଟୀକା ନେବା ପରେ କିଛି ଅସୁବିଧା ହୋଇଛି କି ନାହିଁ ସେସମ୍ପର୍କରେ ପଚାରି ବୁଝିଥିଲେ । କୋଭିଡ ଟୀକାର କୈାଣସି ପାଶ୍ୱର୍ ପ୍ରତିକ୍ରୀୟା ନଥିବା ସେମାନଙ୍କ ଠାରୁ ଜାଣିବାକୁ ପାଇଥିଲେ । ଏହାପରେ ସେଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଭିତରକନିକା ସମ୍ପର୍କରେ କହିଥିଲେ ଯେ ଭିତରକନିକା ପ୍ରକୃତରେ ପ୍ରକୃତିର ଏକ ନୈଶର୍ଗିକ ଦାନ । ପର୍ଯ୍ୟାବରଣ ଓ ପର୍ଯ୍ୟଟନ ପାଇଁ ଭିତରକନିକା କେବଳ ଭାରତବର୍ଷରେ ନୁହେଁ ସାରା ପୃଥିବୀରେ ନିଜର ଏକ ସ୍ଥାନ ସୃଷ୍ଟି କରି ପାରିଛି । ଆଗାମୀ ଭବିଷ୍ୟତରେ ଓଡିଶା ତଥା କେନ୍ଦ୍ରାପଡାର ବେକାର ଯୁବକମାନଙ୍କୁ ଭିରତକନିକା ପର୍ଯ୍ୟଟନ କ୍ଷେତ୍ର ରୋଜଗାର ଦେବାର ପଥ ଦେଖାଇବ ଓ କେନ୍ଦ୍ର ସରକାର ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ । ଭବିଷ୍ୟତରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଓ ପର୍ଯ୍ୟାବରଣମନ୍ତ୍ରୀଙ୍କୁ ଭିତରକନିକାକୁ ଆଣି ତାହାର ବିକାଶ ପାଇଁ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରତିଶୃତି ଦେଇଥିଲେ । ନିକଟରେ ଓଡିଶା ସରକାର ଓ କେନ୍ଦ୍ର ସରକାର ମିଳିତ ଭାବରେ କୋଷ୍ଟାଲ ହାଇୱେର ବିକାଶ କରିବେ । ଓଡିଶାରେ ଥିବା ଦୀଘା ଠାରୁ ପାରାଦୀପ ପର୍ଯ୍ୟନ୍ତ ୫ଶହ କିଲୋମିଟର କୋଷ୍ଟାଲ ହାଇୱେର ବିକାଶ ହେଲେ କେନ୍ଦ୍ରାପଡା ଜିଲ୍ଲା ଅଧିକ ଲାଭ ପାଇବ । ଶିଳ୍ପ,ପର୍ଯ୍ୟଟନ,କୃଷି,ମତ୍ସ୍ୟ ବ୍ୟବସାୟ କ୍ଷେତ୍ରରେ ଏହି ଜିଲ୍ଲା ବିକଶିତ ହେବ । ପ୍ରାୟ ୧୦ହଜାର କୋଟି ଟଙ୍କା ବ୍ୟୟରେ ଏହି କୋଷ୍ଟାଲ ହାଇୱେ ରାସ୍ତା ନିର୍ମିତ ହେବ । ମହାନଦୀ ମୁହାଣର ଆଖଡାଶାଳୀ ଠାରେ ଏକ ନଦୀ ଭିତିକ ବନ୍ଦର ରାଜ୍ୟ ସରକାର ପାରାଦୀପ ବନ୍ଦର ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରି କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ନିର୍ମାଣ କରାଯିବ । ଏତଦବ୍ୟତିତ କେନ୍ଦ୍ରାପଡାରେ ଏକ ବୃହତ ଇସ୍ପାତ ଶିଳ୍ପ ମଧ୍ୟ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ପୂର୍ବ ଭାରତର ସ୍ୱର୍ଯ୍ୟଦ୍ୱୟ କେନ୍ଦ୍ରାପଡାରେ ଆରମ୍ଭ ହେବ । ଏଠାରେ ଶିଳ୍ପାଚଂଳ ଗଢିଉଠିବା ସହିତ କେନ୍ଦ୍ରାପଡା ଜିଲ୍ଲାରେ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ । ଖୁବଶ୍ରଘ୍ର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହରିଦାସପୁର- ପାରାଦୀପ ରେଳପଥରେ ଯାତ୍ରୀବାହୀ ରେଳ ଓ ମାଲବାହୀ ରେଳ ଉଦଘାଟନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଓଡିଶା ସରକାର ସହଯୋଗର ହାତ ବଢାଇଲେ କେନ୍ଦ୍ର ସରକାର ଯେତେଶୀଘ୍ର ସମ୍ଭବ କେନ୍ଦ୍ରାପଡାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରତିଶୃତି ଦେଇଥିଲେ । ଏହାପରେ ମନ୍ତ୍ରୀ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିରକୁ ଆସି ଶ୍ରୀଜୀଉଙ୍କ ଦର୍ଶନ କରି କୃପାଭିକ୍ଷା କରିଥିଲେ । ମନ୍ଦିର ପରିସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଦଳୀୟକର୍ମୀମାନଙ୍କ ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ବୈଦ୍ୟନାଥ ଚାଟାର୍ଜୀ, ଭୂବନମୋହନ ଜେନା, ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ବିଷ୍ଣୁ ଦାସ, ପୂର୍ବତନ ବିଧାୟକ ଅଲେଖ କୁମାର ଜେନା, ବିଜେପି ନେତା ବିଜୟ ପ୍ରଧାନ, ସୁନାକର ବେହେରା, ଉପୀନ ରାଉତ, ଦିଲ୍ଲିପ ଦାଶ, ନେହେରୁ ସାହୁ, ଗଗନବିହାରୀ ସାହୁ, କାନନବାଳା ଦାସ, କଳ୍ପନା ମଲ୍ଲିକ, ପ୍ରସନ୍ନ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ