କେନ୍ଦ୍ରାପଡାରେ ମେଡିକାଲ କଲେଜ ପାଇଁ ମାର୍ଚ୍ଚ ୪ରେ ଗଣଧାରଣା

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ) : ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ମିଳିତ କ୍ରୀୟାନୁଷ୍ଠାନ କମିଟି ନେତୃତ୍ୱରେ ଆରମ୍ଭ ହୋଇଥିବା ଜନଚେତନା କାର୍ଯ୍ୟକ୍ରମ କ୍ରମେ ଆନ୍ଦୋଳନର ରୂପ ନେଉଛି । ଏହି ଦାବିକୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପହଁଚାଇବା ପାଇଁ ଆସନ୍ତା ମାର୍ଚ୍ଚ ୪ତାରିଖ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କ୍ରୀୟାନୁଷ୍ଠାନ କମିଟି ନେତୃତ୍ୱରେ ଜିଲ୍ଲାର ପ୍ରାୟ ସମସ୍ତ ରାଜନୈତିକ ସଂଗଠନର କର୍ମକର୍ତ୍ତା, ବିଭିନ୍ନ ଗଣସଂଗଠନ ତଥା ସାମାଜିକ ସଂଗଠନର କର୍ମୀମାନଙ୍କ ପକ୍ଷରୁ ଗଣଧାରଣା ଦିଆଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯିବ । ଏହା ସତ୍ୱେ ସରକାର ଏସମ୍ପର୍କିତ ନିଷ୍ପତ୍ତି ନେବାରେ କାଳ କ୍ଷେପଣ ନୀତି ଅବଲମ୍ବନ କଲେ ଦାବି ହାସଲ ହେବା ପର୍ଯ୍ୟନ୍ତ ଏକାଧାରରେ ଜନଚେତନା ତଥା ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଲଗାତର ଭାବେ ଚଳାଇ ରଖାଯିବ ବୋଲି ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଅନୁଷ୍ଠିତ ଏକ ପ୍ରେସ ବିବୃତ୍ତିରେ ପ୍ରକାଶ କରାଯାଇଛି । ଏସଙ୍କ୍ରାନ୍ତରେ ଜିଲ୍ଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ପସ୍ତୁତି ସଭାରେ ଆବାହକ ମଣ୍ଡଳୀ ପକ୍ଷରୁ ରମଣୀରଞ୍ଜନ ରାଉତରାୟ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଗୟାଧର ଧଳ, ଫକିର ଚରଣ ଖଟୁଆ, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଆଦିକନ୍ଦ ରାଉଳ, ବାବାଜୀ ଧଳ, ଦିବାକର ଜେନା, ଗୈାରାଙ୍ଗ ବେହେରା, ଅଧ୍ୟାପକ ଦେବେନ୍ଦ୍ର ପ୍ରଧାନ, ଶୁଭାଂଶୁ ଦାସ, ସୋହାନା ବେଗମ, ପଦ୍ମନାଭ ଦାସ, ଜୀତେନ୍ଦ୍ର ଜେନା, ବିପଦଭଞ୍ଜନ ବାରିକ, ଅଖିଳ ଭାରତ କଂଗ୍ରେସ କମିଟି ସଦସ୍ୟ ହଳଧର ସେଠୀ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ