କେନ୍ଦ୍ରାପଡାରେ ଶ୍ରମିକ ସଂଗଠନମାନଙ୍କ ପକ୍ଷରୁ ୨ଦିନିଆ ଧର୍ମଘଟ ସଫଳ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ଅନ୍ୟ ସମସ୍ତ ସରକାରୀ ସଂଗଠନମାନଙ୍କ ନେତୃତ୍ୱରେ ଗତକାଲି ଏବଂ ଆଜିର ୪୮ଘଣ୍ଟିଆ ସାଧାରଣ ଧର୍ମଘଟ ଅତ୍ୟନ୍ତ ସଫଳତାର ସହ ଶେଷ ହୋଇଛି । ଆଜି ଜିଲ୍ଲା ସଦର ମହକୁମା ସହିତ ପଟ୍ଟାମୁୁଣ୍ଡାଇ, ଆଳି, ରାଜକନିକା, ରାଜନଗର, ଡେରାବିଶ, ମହାକାଳପଡା ଓ ମାର୍ଶାଘାଇରେ ଏହି ଧର୍ମଘଟ ସଂଗଠିତ ହୋଇଥିଲା । କେନ୍ଦ୍ରାପଡାର ତିନିମୁହାଣି ଠାରେ ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଏ.ଆଇ.ଟି.ୟୁ.ସି.ର ସଭାପତି ବାବାଜୀ ଧଳ ସଭାପତିତ୍ୱ କରିଥିଲେ । ଏହି ସଭାରେ ବକ୍ତବ୍ୟ ଦେଇ ୧୨ଟି ଦାବି ସମ୍ପର୍କରେ ବକ୍ତାମାନେ ପର୍ଯ୍ୟାଲୋଚନା କରିବା ସହିତ ଜନତା ନ ବଞ୍ଚାଅ ଦେଶ ବଞ୍ଚଅ ପାଇଁ ଆହ୍ୱାନ ଦେଇଥିଲେ । ଆମ୍ ଆଦମୀ ଠାରୁ ଆରମ୍ଭ କରି ଦେଶର ୧୪୦କୋଟି ଜନଗଣଙ୍କ ପାଇଁ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ବକ୍ତାମାନେ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ । ଆଇ.ଏନ.ଟି.ୟୁ.ସି. ଜିଲ୍ଲା ସଭାପତି ମୁକ୍ତାର ଖାଁ, ସଂଯୁକ୍ତ କିଷାନ ମୋର୍ଚ୍ଚାର ଜିଲ୍ଲା ଆବାହକ ଗୟାଧର ଧଳ, ଏ.ଆଇ.ଟି.ୟୁ.ସି. ନେତା ରମଣୀରଞ୍ଜନ ରାଉତରାୟ, ସି.ଆଇ.ଟି.ୟୁ.ସି. ନେତା ମାଧବ ଦାସ, ଏ.ଆଇ.ୟୁ.ଟି.ୟୁ.ସି. ନେତା ଏଲୀନା ସାମନ୍ତରାୟ, ଏ.ଆଇ.ସି.ସି.ଟି. ନେତା ବସନ୍ତ ମଲ୍ଲିକ, ଓଡିଶା କୃଷକ ସଭା ଜିଲ୍ଲା ସଭାପତି ଉମେଶ ଚନ୍ଦ୍ର ସିଂହ, କେନ୍ଦ୍ରାପଡା ବିକାଶ ସାମ୍ମୁଖ୍ୟ ସମ୍ପାଦକ ଅଜୟ ସାମଲ, ଏ.ଆଇ.କେ.ଏସ. ନେତା ଆଦିକନ୍ଦ ରାଉଳ, ବସନ୍ତ ସେଠୀ, ହିରାମଣୀ ରାଉତ, ପ୍ରକାଶ ମଲ୍ଲିକ, ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ କୁମାର ତ୍ରିପାଠୀ, ବୀମା କର୍ମଚାରୀ ନେତା ଅମୀୟ ନାୟକ, ନବ ନିର୍ମର୍ାଣ କୃଷକ ସଂଗଠନ ନେତା ଅକୃର ପଲାଇ, ଗଣେଶ୍ୱର ବେହେରା, ମହେନ୍ଦ୍ର ପରିଡା, ଶିକ୍ଷକ ନେତା କାଳି ରମେଶ ଚନ୍ଦ୍ର ମଲିକ, ବାବୁଲି ଲେଙ୍କା, ଅଶୋକ ଦାସ ପ୍ରଭୃତି ବକ୍ତାମାନେ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି, ଦେଶର ଭାଇଚାରାକୁ ଭାଙ୍ଗିବା, ଘରୋଇ କରଣ, ବିମୁଦ୍ରାକରଣ, ସ୍ଥାୟୀ ନିଯୁକ୍ତି, ଅସ୍ଥାୟୀ କର୍ମଚାରୀଙ୍କ ଚାକିରୀ ପ୍ରଭୃତିର ତୀବ୍ର ସମାଲୋଚନା କରିଥିଲେ । ସାରା ଜିଲ୍ଲାରେ ହରତାଳ ସଫଳ ହୋଇଥିବାରୁ ମିଳିତ ଶ୍ରମିକ ସଂଗଠନ ଜିଲ୍ଲାବାସୀଙ୍କୁ ବଧେଇ ଜଣାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ