କେନ୍ଦ୍ରାପଡାରେ ଷ୍ଟେଟବ୍ୟାଙ୍କ ପେନସନରର୍ସ ଅଭିଯୋଗ ସମାଧାନ ପକ୍ଷ ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପାରାଦୀପସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ଆଞ୍ଚଳିକ ବାଣିଜ୍ୟ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାର ସମ୍ମିଳନୀ କକ୍ଷରେ ଷ୍ଟେଟବ୍ୟାଙ୍କ ପେନସନରର୍ସ ଅଭିଯୋଗ ସମାଧାନ ପକ୍ଷ ବୈଠକ ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଷ୍ଟେଟବ୍ୟାଙ୍କର ମାନବ ସମ୍ବଳ ବିକାଶ ମୁଖ୍ୟ ପରିଚାଳକ ସୁକାନ୍ତ କୁମାର ସାହୁଙ୍କ ପୈାରହିତ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାର ପରିଚାଳକ ରମାକାନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପେନସନଭୋଗୀଙ୍କ ଅଭିଯୋଗ ଗୁଡିକର ସମାଧାନ ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ । ଷ୍ଟେଟବ୍ୟାଙ୍କ ପେନସନରର୍ସ ଆସୋସିଏସନ ଭୁବନେଶ୍ୱର ସର୍କଲର ଆଞ୍ଚଳିକ ସମ୍ପାଦକ ଗଣେଶ୍ୱର ମେକାପ ବୈଠକ ପରିଚାଳନା କରିଥିଲେ । ଆଜିର ଆଲୋଚନାରେ ଉତ୍ତମ ଗ୍ରାହକ ସେବା ପ୍ରଦାନ ଓ ବିଶେଷ ଭାବେ କେନ୍ଦ୍ରାପଡା ମୁଖ୍ୟ ଶାଖାରେ ଷ୍ଟେଟବ୍ୟାଙ୍କ ଡିସପେନସରୀ ଖୋଲାଗଲେ ୩ଶହରୁ ଉର୍ଦ୍ଧ୍ୱ ପେନସନଭୋଗୀ ଓ ବର୍ତ୍ତମାନ କାର୍ଯ୍ୟରତ ଷ୍ଟେଟବ୍ୟାଙ୍କ କର୍ମଚାରୀମାନେ ଉପକୃତ ହୋଇପାରିବେ ବୋଲି ମତପ୍ରକାଶ ପାଇଥିଲା । ଷ୍ଟେଟବ୍ୟାଙ୍କ ଡିସପେନସରୀ କେନ୍ଦ୍ରାପଡାରେ ଖୋଲିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ସମସ୍ତେ ମିଳିତ ଭାବେ ନିବେଦନ ଜଣାଇଥିଲେ । ଆଜିର ବୈଠକ ଖୁବ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ବାତାବରଣ ଭିତରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପେନସନରର୍ସ ସଙ୍ଘର କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକ ଉଦୟନାଥ ସାହୁ, ମାଧବାନନ୍ଦ ମହାପାତ୍ର, ଶରତ କୁମାର ମୁଦୁଲି, ଦୁର୍ଯ୍ୟୋଧନ ସେଠୀ, ଗୋଲକ ବିହାରୀ ବେହେରା, ରାମଚନ୍ଦ୍ର ସେଠୀ, ହରିପଦ ପଣ୍ଡା, ରମେଶ ଚନ୍ଦ୍ର ବିହାରୀ, ରବୀନ୍ଦ୍ର ନାଥ ପଣ୍ଡା, ସୁନାକର ଜେନା, ନିରଞ୍ଜନ ମହାରଣା, ଅଜୟ କୁମାର ନାୟକ, ଶୁକଦେବ ଦାସ, ନଗେନ୍ଦ୍ର ନାଥ ମହାକୁଡ, ସେକ ଏସାନ ମହମ୍ମଦ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଆଞ୍ଚଳିକ ସମ୍ପାଦକ ଶ୍ରୀ ମେକାପ ବୈଠକର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ