କେନ୍ଦ୍ରାପଡାରେ ୩୭ତମ ଜାତୀୟ ଚକ୍ଷୁଦାନ ପକ୍ଷ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନୀତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ୩୭ତମ ଜାତୀୟ ଚକ୍ଷୁଦାନ ପକ୍ଷ ପାଳିତ ହୋଇଯାଇଛି । ଏହି ଚକ୍ଷୁଦାନ ପକ୍ଷ ଗୁରୁବାର ଆରମ୍ଭ ହୋଇଥିବା ବେଳେ ଆସନ୍ତା ସେପ୍ଟେମ୍ବରମାସ ୮ତାରିଖରେ ଶେଷ ହେବ । ବୈଠକ ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ମିର୍ଜା ବାବର ବେଗ ଚକ୍ଷୁଦାନ ପକ୍ଷ ପାଳନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ସଚ୍ଚିଦାନନ୍ଦ ମିଶ୍ର, ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡା. ଅଜୟ କୁମାର ସାହୁ, ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ପ୍ରମୋଦ କୁମାର ପ୍ରହରାଜ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ । ଆଖିର କର୍ଣ୍ଣିଆ(ସ୍ୱଛପଟ) ଦାନ କରିବା ପାଇଁ ସଚେତନତା ସୃଷ୍ଟି କରିବା ଆଜିର ମୁଖ୍ୟ ଉଦେଶ୍ୟ ଥିଲା । ଚକ୍ଷୁଦାନ ମହାପୂଣ୍ୟ । ମୃତ୍ୟୁର ୬ଘଣ୍ଟା ପରେ ମଧ୍ୟ ଚକ୍ଷୁଦାନ କରିହେବ ବୋଲି ଆଲୋଚନା କରାଯାଇଥିଲା । ଚକ୍ଷୁଦାନ ପାଇଁ ସମାଜରେ ସଚେତନତା ସୃଷ୍ଟି ହୋଇପାରିଲେ ସମାଜରେ ଦୃଷ୍ଟିହୀନ ସୁନ୍ଦର ସଂସାର ଅବଲୋକନ କରିବାର ସୁଯୋଗ ପାଇପାରିବ । ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶଙ୍କର ଜେନା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଦାସ, ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ, ପ୍ରତ୍ୟେ ବ୍ଲକର ମଣ୍ଡଳ ଶିକ୍ଷା ଅଧିକାରୀ, ସମସ୍ତ ବ୍ଲକର ଚିକିତ୍ସା ଅଧିକାରୀ, ବିପିଏମ, ଅପଥାଲମିକ ସହକାରୀ, ସ୍ୱେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ଚକ୍ଷୁ ଚିକିତ୍ସାଳୟର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଡିପିଏଚସିଓ ଶାନ୍ତିଲତା ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ