କେନ୍ଦ୍ରାପଡାରେ ୭୨ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କରି ପୋଲିସ ବାହିନୀଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ । କୋଭିଡ କଟକଣା ମଧ୍ୟରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡିଆରେ ଆୟୋଜିତ ନିରାଡମ୍ବର ଉତ୍ସବରେ ମୁଖ୍ୟ ଅତିଥି ତାଙ୍କ ଉଦବୋଧନରେ କେନ୍ଦ୍ରାପଡା ଜିଲ୍ଲାର ଜନସାଧାରଣଙ୍କୁ ହାର୍ଦ୍ଦିକ ଅଭିବାଦନ ଜଣାଇବା ସହ ଯେଉଁ ମହାତ୍ମା ଓ ମହାମନୀଷୀମାନେ ଦୁର୍ଦ୍ଦଶ ବ୍ରିଟିଶ ରାଜରୁ ଭାରତକୁ ସ୍ୱାଧିନତା ପ୍ରଦାନ କଲେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ୧୯୫୦ ମସିହା ଜାନୁଆରୀମାସ ୨୬ତାରିଖରେ ଭାରତ ଏକ ସାମ୍ବିଧାନିକ ରାଷ୍ଟ୍ରର ମାନ୍ୟତା ପାଇଲା । ସେହି ସମ୍ବିଧାନ ପ୍ରଣେତା ଡଃ. ବି.ଆର. ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କେନ୍ଦ୍ରାପଡା ମାଟି ସଙ୍ଘର୍ଷର ମାଟି ବୋଲି ଉଦବୋଧନଦେଇ ବିପ୍ଳବୀ କବି ଆନନ୍ଦ ଚନ୍ଦ୍ର ଜେନା, ବାସୁ ସେଠୀ, ବିସୁନି ମଢିଆଳଙ୍କ ଭଳି ଅନେକ ବୀର ସ୍ୱାଧୀନତାପ୍ରେମୀ ବ୍ରିଟିଶ ଏବଂ ଗଡଜାତ ସଂଗ୍ରାମରେ ଆନ୍ଦୋଳନ କରି ଲଢେଇକରିଥିଲେ ତାହା ଅବିସ୍ମରଣୀୟ ବୋଲି ଜିଲ୍ଲାପାଳ କହିଥିଲେ । ସେହିପରି ଭାରତର ସମ୍ବିଧାନ ଗଢାହେଲା ପରେ ବହୁ ବାଦ ବିବାଦ ଓ ମତଭେଦ ମଧ୍ୟରେ ଅହିଂସା କ୍ରାନ୍ତି ହେଉ କି ସଶସ୍ତ୍ର କ୍ରାନ୍ତି ହେଉ ତାହା ଗଣତନ୍ତ୍ରକୁ ପରିପୃଷ୍ଟଷ୍ଠ କରେ ବୋଲି ଉତଥାପନକରି ସମୃଦ୍ଧ ଭୋଟଦାନ ବ୍ୟବସ୍ଥାରେ ସରକାର ଗଢିବା ଏବଂ ଭାଙ୍ଗିବା ସାମ୍ବିଧାନିକ ନୀତି ସହ ମାନବାବାଦ, ମଣିଷପଣିଆ, ସର୍ବଭୌମ ଭାବନା, ସାମ୍ପ୍ରଦାୟିକ ସଦଭାବ, ନାଗରିକ ଦାୟୀତ୍ୱ ଓ କର୍ତ୍ତବ୍ୟ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତେ ଗଣତନ୍ତ୍ରର ସୁରକ୍ଷା ଓ ସମୃଦ୍ଧ ଭାରତବର୍ଷର ଗଠନ ପାଇଁ ଆଗେଇ ଆସିବାକୁ ମୁଖ୍ୟ ଅତିଥି ଆହ୍ୱାନ ଦେଇ କୋଭିଡକୁ ପରାସ୍ତ କରିବାକୁ ହେଲେ ସମସ୍ତେ ଦୁର୍ଗମ ଅଂଚଳ ଠାରୁ ଆରମ୍ଭ କରି ସଦର ମହକୁମା ପର୍ଯ୍ୟନ୍ତ ନିର୍ଭୟରେ ଟୀକା ଗ୍ରହଣ କରନ୍ତୁ ବୋଲି କହିଥିଲେ । ସାମାଜିକ ଦୂରତା ରକ୍ଷା ସହ କୋଭିଡ ନୀୟମ ପାଳନ କରିବାକୁ ପରାମର୍ଶ ଦେଇ କେନ୍ଦ୍ରାପଡା ଜିଲ୍ଲାକୁ ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବାକୁ ସମସ୍ତଙ୍କ ସହଯୋଗ ପାଇଁ ଆଶାବ୍ୟକ୍ତ କରିଥିଲେ । ଏହି ଉତ୍ସବରେ କେବଳ ପୋଲିସ ପ୍ରଶାସନ, ଅଗ୍ନିଶମ ବିଭାଗ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରସଂସ୍ଥାର ୨୧ଜଣ କୋଭିଡ ଯୋଦ୍ଧାଙ୍କୁ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେବାକୁ ଆମନ୍ତ୍ରଣ କରାଯାଇଥିବା ବେଳେ ବିଭିନ୍ନ ଜିଲ୍ଲା ସ୍ତରୀୟ ୧୩ଜଣ ଅଧିକାରୀଙ୍କୁ ଯୋଗଦେବାକୁ ଇ-ନିମନ୍ତ୍ରଣ କରାଯାଇ କୋଭିଡ କଟକଣା ମଧ୍ୟରେ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତ, ଆରକ୍ଷୀ ଅଧିକ୍ଷକ ସନ୍ଦୀପ ସମ୍ପଦ ମଦକର, କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା, ସିଡିଏମଓ ଅନିତା ପଟ୍ଟନାୟକ, କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ପ୍ରଫେସର ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ପୂର୍ତ୍ତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ୍ତ କୁମାର ମହାନ୍ତି, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ