କେନ୍ଦ୍ରାପଡାର କୁନି ଧାବକ ସାହଦତ ଖାନ ପ୍ରତିଦିନ ଦୈାଡୁଛନ୍ତି ୭କି.ମି.

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ୧୪ନମ୍ବର ୱାର୍ଡ ଅଧିନ ଇମାମବଦାର ବାସୀନ୍ଦା ୬ବର୍ଷର ବାଳକ ସାହାଦତ ଖାନ ଦିନକୁ ଦୈାଡୁଛନ୍ତି ୭କିଲୋମିଟର । ପିଲାଟି ବେଳୁ ବାପାଙ୍କ ସହିତ ଦୈାଡିବା ଅଭ୍ୟାସ ରଖିଥିବା ସାହାଦତ ଧିରେ ଧିରେ ଅଧିକ ବାଟ ଦୈାଡୁଛନ୍ତି । ପ୍ରଥମେ ଦୈନିକ ୩ କିଲୋମିଟର ବାଟ ଦୈାଡୁଥିବା ସାହାଦତ ପରେ ୫କିଲୋମିଟର ଏବଂ ଏବେ ଦୈନିକ ୭କିଲୋମିଟର ପର୍ଯ୍ୟନ୍ତ ଦୈାଡୁଛନ୍ତି । ସାହାଦତଙ୍କ ପିତା ସେକ ସୈାକତ ଖାନ କେନ୍ଦ୍ରାପଡା ଆଥଲେଟିକ ଏବଂ ଖୋଖୋ ଏକାଡେମୀର ମୁଖ୍ୟ କୋଚ ଅଟନ୍ତି । ମାତା ହଲିମା ଖାତୁନ ଜଣେ ଗୃହିଣୀ ଅଟନ୍ତି । ସାହାଦତ ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲରେ ପ୍ରଥମ ଶ୍ରେଣୀରେ ଅଧ୍ୟୟନ ରତ ଅଛନ୍ତି । ସାହାଦତ କେନ୍ଦ୍ରାପଡା ଆଇ.ଆଇ.ଏଚ.ଏମ. ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ ଦୈାଡ ପ୍ରତିଯୋଗୀତାରେ ପ୍ରଥମ, ଭୁବନେଶ୍ୱରସ୍ଥିତ କିଟ ବିଶ୍ୱ ବିଦ୍ୟାଳୟ ଖେଳପଡିଆରେ ଆୟୋଜିତ ରାଜ୍ୟ ସ୍ତରୀୟ ଆଥଲେଟିକ ପ୍ରତିଯୋଗୀତାରେ ୫କିଲୋମିଟର ଦୈାଡରେ ପ୍ରଥମ ହୋଇ ପୁରସ୍କୃତ ହୋଇଥିବା ବେଳେ ଭୁବନେଶ୍ୱରସ୍ଥିତ ସ୍ପୋର୍ଟସ ଡେଭଲପମେଣ୍ଟ ଆଣ୍ଡ୍ ପ୍ରମୋସନ ଆସୋସିଏସନ, ଓଡିଶା ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ଆଥଲେଟିକ ପ୍ରତିଯୋଗୀତାରେ ୫କିଲୋମିଟର ଦୈାଡ ପ୍ରତିଯୋଗୀତାରେ ପ୍ରଥମ ହୋଇ ପୁରସ୍କୃତ ହୋଇଥିବା ଜଣାପଡିଛି । ସେ ଭବିଷ୍ୟତରେ ଜଣେ ଭଲ ଦ୍ରୁତ ଧାବକ ହେବାର ଲକ୍ଷ୍ୟ ରଖିଛନ୍ତି । କୁନି ଧାବକ ସାହାଦତଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରଦାନ କରାଯିବାକୁ ସାଧାରଣରେ ଦାବି କରାଯାଇଛି । ଭବିଷ୍ୟତରେ ସାହାଦତ ଜାତୀୟ ସ୍ତରର ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ଆମ ଜିଲ୍ଲା ତଥା ରାଜ୍ୟ ପାଇଁ ସୁନାମ ଅର୍ଜ୍ଜନ କରିବେ ବୋଲି କେନ୍ଦ୍ରାପଡାବାସୀ ତାଙ୍କ ଉପରେ ଆଶାବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ