କେନ୍ଦ୍ରାପଡାର ଗଣପର୍ବ ବାଲିଯାତ୍ରା ପାଇଁ ପ୍ରସ୍ତୁତି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ବାଲିଯାତ୍ରା କମିଟି ସଭାପତି ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ବାଲିଯାତ୍ରାକୁ ସର୍ବାଙ୍ଗସୁନ୍ଦର ଓ ଆକର୍ଷଣୀୟ କରିବା ନିମନ୍ତେ ବିଭିନ୍ନ କମିଟିମାନ ଗଠନ କରାଯାଇଛି । ଏହି ଅବସରରେ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ- ୨୦୨୪ର ମୁଖପତ୍ର “ସ୍ମୃତିର ବୋଇତ” ପ୍ରକାଶ କରାଯିବାକୁ ସ୍ଥିର କରାଯାଇଥିବା ବେଳେ ଏଥିନିମନ୍ତେ ଅକ୍ଟୋବର ୩୧ତାରିଖ ସୁଦ୍ଧା ଲେଖା ଓ ବିଜ୍ଞାପନ ପଠାଇବାକୁ ସାହିତ୍ୟିକ ଓ ବିଜ୍ଞାପନଦାତାଙ୍କୁ ଅନୁରୋଧ କରାଯାଇଛି । ଏହି ଅବସରରେ ବାଲିଯାତ୍ରାକୁ ସଫଳ କରିବା ନିମନ୍ତେ ସମସ୍ତ ବାଧାବିଘ୍ନକୁ ପ୍ରତିହତ କରି କେନ୍ଦ୍ରାପଡାର ଐତିହ୍ୟ, ସଂସ୍କୃତି ଓ ଲୋକକଳାକୁ ବଞ୍ଚାଇ ରଖିବାକୁ ସବୁମତେ ଉଦ୍ୟମ କରିବାକୁ ସମ୍ପାଦକ ସଞ୍ଜୟ କୁମାର ଜେନା, ଉପସଭାପତି ଧିରେନ୍ଦ୍ର ଦାସ, କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ, ସହକୋଷାଧ୍ୟକ୍ଷ ପଞ୍ଚାନନ ଗେରୁ, ରମଣୀରଞ୍ଜନ ରାଉତରାୟ, ପତ୍ରିକା ସମ୍ପାଦକ ଶୁଭାଂଶୁ କୁମାର ଦାସ, ଅଭିମନ୍ୟୁ ଗୋଛାୟତ ପ୍ରମୁଖ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଟୁଟୁ ଗେରୁ, ନିରଞ୍ଜନ ଯେନା, ଶ୍ରୀଧର ମହାନ୍ତି, ସେକ କଲିମ ଖାଁ, ମୃତ୍ୟୁଞ୍ଜୟ ସାହୁ, ପୀତବାସ ବେହେରା, ରବୀନ୍ଦ୍ର ସାହୁ, ପୀତବାସ ଦାସ, ପ୍ରତାପ ନାରାୟଣ ମହାପାତ୍ର, ମହେନ୍ଦ୍ର ଆଚାର୍ଯ୍ୟ, ମସିଦ୍ ଖାଁ, ଭାଗିରଥୀ ଜେନା, ପ୍ରଦୀପ୍ତ ସିଂହ, କୈଳାସ ଚନ୍ଦ୍ର ଗେରୁ, ମହେଶ୍ୱର ବେହେରା, ଅବନି ଦାସ, ରାମଚନ୍ଦ୍ର ବାରିକ, ସତ୍ୟବ୍ରତ ସିଂହ, ବାସୁଦେବ ବେହେରା, ଜିତେନ୍ଦ୍ର ସାହୁ, ଦୀପକ ସାହୁ, ମଞ୍ଜୁର ଖାଁ, ରମଜାନ ଖାଁ, ଚିକୁ ସେଠୀ, ରଣଧୀର ଦାସ, ନବ ସେଠୀ ପ୍ରମୁଖ ବାଲିଯାତ୍ରା କମିଟିର ଶତାଧିକ ସଭ୍ୟ/ସଭ୍ୟା ଏଥିରେ ଯୋଗଦେଇ ଭାଇଚାରାର ଗଣପର୍ବକୁ ସଫଳ କରିବା ନିମନ୍ତେ ଆଲୋଚନା କରିଥିଲେ । ଏହି ଅବସରରେ ଅଭ୍ୟର୍ଥନା କମିଟି, ପତ୍ରିକା ସମ୍ପାଦନ କମିଟି, ଅର୍ଥ କମିଟି, ଷ୍ଟଲ ସଜ୍ଜିକରଣ କମିଟି, ପ୍ରତିଭା ଅନ୍ୱେଷଣ କମିଟି, ପରିଚାଳନା କମିଟି, ସାଂସ୍କୃତିକ କମିଟି, ବିଜ୍ଞାପନ ସଂଗ୍ରହ କମିଟି, ଶୃଙ୍ଖଳା କମିଟି ଓ ଅର୍ଡିଟ କମିଟି ପ୍ରଭୃତି ଗଠନ କରାଯାଇ ବାଲିଯାତ୍ରାର ବିଭିନ୍ନ ବିଭାଗର ଦାୟିତ୍ୱ ବଣ୍ଟନ କରାଯାଇଥିଲା । ମୃତ୍ୟୁଞ୍ଜୟ ମହାନ୍ତି, ଗୋପୀନାଥ ସାହୁ, ସମସେର ଖାନ୍‌, ସେକ ମତୁ, ତ୍ରିଲୋଚନ ଦାସ ଓ ବ୍ରଜସୁନ୍ଦର ରାଉତ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ