କେନ୍ଦ୍ରାପଡାର ଗୋପଠାରେ ଏଫ୍ଏମ୍ ଟ୍ରାନସ୍ମିଟର ଶୁଭାରମ୍ଭ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୯୧ଟି ସ୍ଥାନ ସହ ଓଡିଶାର ୭ଟି ସ୍ଥାନରେ ନୂତନ ଆକାଶବାଣୀ ଏଫ୍ଏମ୍ ଟ୍ରାନସ୍ମିଟର ଭର୍ଚୁଆଲ ମୋଡ୍ରେ ଶୁଭାରମ୍ଭ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ସଦରମହକୁମା ନିକଟବର୍ତ୍ତୀ ଗୋପଠାରେ ଏହି ନୂତନ ଆକାଶବାଣୀ ଏଫ୍ଏମ୍ ଟ୍ରାନ୍ସମିଟରର ଶୁଭାରମ୍ଭ କରାଯାଇ ଲୋକାର୍ପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଏବଂ ରାଷ୍ଟ୍ରମନ୍ତ୍ରୀ ଡଃ. ଏଲ. ମୁରୁଗନ ମଧ୍ୟ ଉପସ୍ଥିତ ଥିଲେ । ଏହି ନୂତନ ଏଫଏମ ଟ୍ରାନ୍ସମିଟର ଦ୍ୱାରା ଏଫଏମ ସେବା ଦେଶର ୨କୋଟି ଅତିରିକ୍ତ ଜନସାଧାରଣଙ୍କ ନିକଟରେ ପହଞ୍ôଚବା ସହ ଆଜିର ଡିଜିଟାଲ ଯୋଗାଯୋଗ କ୍ଷେତ୍ରରେ ଆକାଶବାଣୀ ଏକ ମାଇଲ ଖୁଣ୍ଟ ହେବ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ଗୋପାଠାରେ ଉଦ୍ଘାଟିତ ଏଫଏମ ଟ୍ରାନ୍ସମିଟରର କ୍ଷମତା ୧୦୦ୱାଟ । ଏହା ୧୫ରୁ ୨୦କିଲୋମିଟର ପରିସର ମଧ୍ୟରେ ଶୁଣାଯାଇପାରିବ । କେନ୍ଦ୍ରାପଡାରେ ଏହି କାର୍ଯ୍ୟକ୍ରମରେ ଆକାଶବାଣୀ କଟକର ବିଭାଗ ମୁଖ୍ୟ ପିକେ ପତି, ଆଞ୍ଚଳିକ ସମାଚାର ବିଭାଗର ମୁଖ୍ୟ ତପନ କୁମାର ମହାରଣା, ସମାଚାର ସମ୍ପାଦକ ଇତିଶ୍ରୀ ସିଂ ରାଠୋର, କାର୍ଯ୍ୟକ୍ରମର ମୁଖ୍ୟ ତରୁଣକାନ୍ତି ରାଉତ, ଜଗଦିଶ ଅଧିକାରୀଙ୍କ ସମେତ ଦୁରଦର୍ଶନ ସମାଚାର ବିଭାଗର ବରିଷ୍ଠ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି , ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆର ସିଂ, ବୁଦ୍ଧିଜୀବୀ ଓ ନିମନ୍ତ୍ରୀତ ଅତିଥିମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆକାଶବାଣୀ କଟକର ସ୍ଥାନୀୟ ପ୍ରତିନିଧି ନିହାର ରଞ୍ଜନ ସାହୁ ସହଯୋଗ ପ୍ରଦାନ


