କେନ୍ଦ୍ରାପଡାର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଧୀରେ ଧୀରେ କୋଭିଡ୍-୧୯ ତାର କାୟା ବିସ୍ତାର କରିବାରେ ଲାଗିଛି। ସୋମବାର ଜଣେ ମାତ୍ର କୋଭିଡ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛି। ସେ ବ୍ୟକ୍ତି ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡାର ଏବଂ ତାଙ୍କ ବୟସ ହେଉଛି ୩୨ ବର୍ଷ। ସେ ୨୪ ମାର୍ଚ୍ଚରେ ଦୁବାଇରୁ ଆସିଥିଲେ ବୋଲି ସ୍ବାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି। ତାଙ୍କର ନମୁନା ପରୀକ୍ଷା କରିବା ପରେ ପଜିଟିଭ ଜଣାପଡିଛି। ଫଳରେ ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି। ଏହି ଖବର ଜଣାପଡିବା ପରେ ସେ ବ୍ୟକ୍ତି କାହା ସଂସ୍ପର୍ଶରେ ଆସିଛନ୍ତି ତାହାର ଖୋଳତାଡ଼ ଆରମ୍ଭ ହୋଇଛି। ତେବେ ଏ ସମ୍ପର୍କରେ ସରକାରଙ୍କ ତରଫରୁ କ’ଣ କ’ଣ ପଦକ୍ଷେପ ନିଆଯାଉଛି ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ଆଜି ଓଡ଼ିଶାରେ ଏକମାତ୍ର ପଜିଟିଭି ମିଳିଥିବାରୁ ସାମାନ୍ୟ ଆଶ୍ବସ୍ତି ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ