କେନ୍ଦ୍ରାପଡାର ପୈାରପାଳିକା ୱାର୍ଡ ସଂରକ୍ଷଣ ଚିଠା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ପୈାରପାଳିକାର ୨୧ଟି ୱାର୍ଡ ପାଇଁ ଆଜି ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି । ସେହି ଅନୁଯାଇ ୧ନଂ ୱାର୍ଡ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୨ନଂ ୱାର୍ଡ ପଛୁଆ ବର୍ଗ ମହିଳା, ୩ନଂ ୱାର୍ଡ ଅନୁସୂଚିତ ଜନଜାତି ମହିଳା, ୪ନଂ ୱାର୍ଡ ମହିଳା, ୫ନଂ ୱାର୍ଡ ପଛୁଆ ବର୍ଗ, ୬ନଂ ୱାର୍ଡ ପଛୁଆ ବର୍ଗ, ୭ନଂ ୱାର୍ଡ ମହିଳା, ୮ନଂ ୱାର୍ଡ ମହିଳା, ୯ନଂ ୱାର୍ଡ ଅନୁସୂଚିତ ଜାତି, ୧୦ନଂ ୱାର୍ଡ ପଛୁଆ ବର୍ଗ ମହିଳା, ୧୧ନଂ ୱାର୍ଡ ମହିଳା, ୧୨ନଂ ୱାର୍ଡ ମହିଳା, ୧୩ନଂ ୱାର୍ଡ ଅସଂରକ୍ଷିତ, ୧୪ନଂ ୱାର୍ଡ ମହିଳା, ୧୫ନଂ ୱାର୍ଡ ପଛୁଆ ବର୍ଗ, ୧୬ନଂ ୱାର୍ଡ ମହିଳା ଓ ୧୭, ୧୮, ୧୯, ୨୦ ଏବଂ ୨୧ନଂ ୱାର୍ଡ ଅସଂରକ୍ଷିତ ରହିଛି । ଏ ସମ୍ପର୍କରେ ଯଦି କାହାର କୈାଣସି ଅଭିଯୋଗ ଥାଏ ତେବେ ଆସନ୍ତା ଡିସେମ୍ବର ମାସ ୪ତାରିଖ ସୁଧା କେନ୍ଦ୍ରାପଡା ପୈାରସଂସ୍ଥା କାର୍ଯ୍ୟାଳୟରେ ସେ ସମ୍ପର୍କିତ ଅଭିଯୋଗ ଦାଖଲ କରିବାକୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ