କେନ୍ଦ୍ରାପଡାର ସୁକନ୍ୟା ସୁଶ୍ରୀ ସୁନନ୍ଦା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଦିବ୍ୟଜୀବନ ସଂଘ କେନ୍ଦ୍ରାପଡ଼ାର ସଦସ୍ୟ ସ୍ୱାମୀ ଶିବାନନ୍ଦ ଓ ସ୍ୱାମୀ ଚିଦାନନ୍ଦଙ୍କ ଆଶ୍ରିତ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଯଦୁପୁର ନିବାସୀ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସୁଧାଂଶୁ କୁମାର ବିଶ୍ୱାଳଙ୍କ କନିଷ୍ଠା କନ୍ୟା କୁମାରୀ ସୁନନ୍ଦା ବିଶ୍ୱାଳ ଜ୍ୟୋତି ବିହାର ସମ୍ବଲପୁର ବିଶ୍ୱବିଦ୍ୟାଳୟର ଭୂବିଜ୍ଞାନ ବିଭାଗୀୟ ପ୍ରୟୋଗାତ୍ମକ ଭୂତତ୍ତ୍ୱ ବିଷୟରେ ସର୍ବୋଚ୍ଚ ସ୍ଥାନ ଅଧିକାର କରି ରାଜ୍ୟପାଳଙ୍କଠାରୁ ୩୩ତମ ସମାବର୍ତ୍ତନ ଉତ୍ସବରେ କୃତୀଛାତ୍ରୀ ଭାବରେ ମର୍ଯ୍ୟାଦା ଜନକ ସ୍ୱର୍ଣ୍ଣପଦକ ଲାଭକରିଛନ୍ତି । ମାତୃସୁଖରୁ ବଞ୍ଚିତା ସୁନନ୍ଦାଙ୍କ କୃତିତ୍ୱ ତାଙ୍କ ପରିବାରରେ ଆନନ୍ଦ ଭରି ଦେବା ସହିତ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଗୌରବ ଆଣିଦେଇଛି । ସୁନନ୍ଦାଙ୍କ ଉଜ୍ଜ୍ୱଳ ଭବିଷ୍ୟତର ଶୁଭକାମନା କରି ଦିବ୍ୟଜୀବନସଂଘ କେନ୍ଦ୍ରାପଡ଼ା ପକ୍ଷରୁ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ