କେନ୍ଦ୍ରାପଡାର ୩ଜଣଙ୍କୁ ମିଳିଲା ଆନ୍ତର୍ଜାତିକ ଏକଲେନ୍ସ ଆୱାର୍ଡ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସାରସ୍ୱତ ଆକାଶର ୩ଜଣ ଉଜ୍ଜ୍ୱଳ ତାରକା କେନ୍ଦ୍ରାପଡା ଜିଲ୍ଲାକୁ ଦିପ୍ତୀମନ୍ତ କରିଛନ୍ତି । ଯୁବପିଢୀର ଦାୟାଦମାନଙ୍କୁ ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲାରୁ ହିନ୍ଦିରେ ସେକ ଇଦରିସ ଅଲ୍ଲୀ, ଓଡିଆ ଭାଷାରେ ସୈାଭାଗ୍ୟବତୀ ଗିରି ଏବଂ ଇଂରାଜୀ ଭାଷା ପାଇଁ ମୀର ସମସୁଲ ହକ ମନୋନ୍ୱିତ ହୋଇଥିଲେ । ଏଥିପାଇଁ ତାଙ୍କୁ ଜିଲ୍ଲା ଓ ଜିଲ୍ଲା ବାହାରର ବିଭିନ୍ନ ସ୍ଥାନରୁ ଶୁଭେଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ବେଳେ ରାଜ୍ୟର ପ୍ରତିଷ୍ଠିତ କବି ଓ ସାହିତ୍ୟିକମାନେ ମଧ୍ୟ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆନ୍ତର୍ଜାତୀୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସୂର୍ଯ୍ୟେଦୋୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଆନ୍ତର୍ଜାତିକ ଏକସିଲେନ୍ସ ଆୱାର୍ଡ -୨୦୨୦ (ଉତ୍କୃଷ୍ଟ ଆନ୍ତର୍ଜାତୀୟ ସାହିତ୍ୟ ସମ୍ମାନ) ପାଇବା ସହିତ ଆନ୍ତର୍ଜାତିକ ସାରସ୍ୱତ କ୍ଷେତ୍ରରେ ଏମାନେ ଏକ ନୂତନ କିର୍ତ୍ତିସ୍ତମ୍ବ ସ୍ଥାପନ କରିଛନ୍ତି । ଏହି ଅବସରରେ ବିଜେତାମାନେ ଅନୁଷ୍ଠାନର ସଭାପତି ଭରତ ଚନ୍ଦ୍ର ଦାସ,ମୁଖ୍ୟ ଉପଦେଷ୍ଟା ରୋହିଣୀ କୁମାର ବେହେରା,ପ୍ରତିଷ୍ଠାତା ସମ୍ପାଦକ ମନୋଜ କୁମାର ପଣ୍ଡା ଏବଂ ସୈାଜନ୍ୟ ସମ୍ପାଦକ ଦୀପକ କୁମାର ସ୍ୱାଇଁଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି । ସୂଚନା ଯୋଗ୍ୟ ଯେ ସୂର୍ଯ୍ୟେଦୋୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ହେଉଛି ଏକ ଆନ୍ତର୍ଜାତୀୟ ଭାଷା ପ୍ରତିଷ୍ଠାନ ଯାହାକି ବିଶ୍ୱର ଶତାଧିକ ରାଷ୍ଟ୍ର ସହିତ ସଂପୃକ୍ତ ରହି ପ୍ରତିବର୍ଷ ବାର୍ଷିକ କାର୍ଯ୍ୟକ୍ରମର ଆୟୋଜନ କରି ଯୁବ ତଥା ବିଭିନ୍ନ ବର୍ଗର କବି, ଗାଳ୍ପିକ, ଲେଖକ, ଲେଖିକା, ଗିତିକାର ଏବଂ କ୍ରୀଡାବୀତମାନଙ୍କୁ ବିଭିନ୍ନ ଆନ୍ତର୍ଜାତିକ ସମ୍ମାନରେ ସମ୍ମାନୀତ କରିଥାଏ । ଚଳିତବର୍ଷ କରୋନା ମହାମାରୀ ହେତୁ ଅନୁଷ୍ଠାନ ପକ୍ଷରୁ ଅନଲାଇନ ମାଧ୍ୟମରେ ବିଶ୍ୱର ୨୫ଟି ରାଷ୍ଟ୍ରରେ ଥିବା ଏକସହ ଜଣ କବି, ଗାଳ୍ପିକ, ଲେଖକ, ଲେଖିକା, ଗିତିକାର ଏବଂ କ୍ରୀଡାବୀତମାନଙ୍କୁ ବିଭିନ୍ନ ଆନ୍ତର୍ଜାତିକ ସମ୍ମାନରେ ସମ୍ମାନିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ