କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟରେ ୮ନମ୍ବର ଜୋନରୁ ସର୍ବାଧିକ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଥିବା ବ୍ୟାଙ୍କ ପ୍ରତିଷ୍ଠାତାଙ୍କ ସୁପୁତ୍ର ଗୁରୁ ପ୍ରସାଦ ମହାନ୍ତି ସୋମବାର ବ୍ୟାଙ୍କ ପରିଚାଳନା ସମିତିର ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶ୍ରୀ ମହାନ୍ତିଙ୍କର ଦୀର୍ଘ ୩୦ବର୍ଷର ବ୍ୟାଙ୍କ ପରିଚାଳନାରେ ଅଭିଜ୍ଞତା ରହିଛି । ଶ୍ରୀ ମହାନ୍ତିଙ୍କ ନାମାଙ୍କନ ପତ୍ରରେ ବ୍ୟାଙ୍କର ସମସ୍ତ ନିର୍ବାଚିତ ନିର୍ଦେଶକ ସମର୍ଥକ ଓ ପ୍ରସ୍ତାବକ ରହିଛନ୍ତି । ନାମାଙ୍କନ ପତ୍ର ଦାଖଲ ସମୟରେ ନିର୍ବାଚିତ ନିର୍ଦେଶକମାନଙ୍କ ସମେତ ବହୁ ଶୁଭେଛୁ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶ୍ରୀ ମହାନ୍ତିଙ୍କ ସହିତ ଉପସ୍ଥିତ ଥିଲେ । ପ୍ରଥମେ ବ୍ୟାଙ୍କର ପ୍ରତିଷ୍ଠାତା ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତି ଏବଂ ସୁରେନ୍ଦ୍ର ଦ୍ୱିବେଦୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଆଶ୍ରର୍ବାଦ ନେଇଥିଲେ ଶ୍ରୀ ମହାନ୍ତି । ପରେ ଶ୍ରୀ ମହାନ୍ତି ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ନିରଞ୍ଜନ ବେହେରାଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେଠାରେ କେନ୍ଦ୍ରାପଡା ସମବାୟ ସମିତି ସମୁହର ନିବନ୍ଧକ ଯୋଗେନ୍ଦ୍ର ନାଥ ବିଶ୍ୱାଳ ମଧ୍ୟ ଉପସ୍ଥିତ ଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ୟ କୈାଣସି ନିର୍ଦେଶକ ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିନଥିଲେ ମଧ୍ୟ ଆସନ୍ତା ୭ତାରିଖରେ ବିଧିବଦ୍ଧ ଭାବେ ସଭାପତି ନିର୍ବାଚନ ସମ୍ପର୍କରେ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ବେହେରାଙ୍କ ଠାରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ