କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ନିର୍ଦେଶକ ଓ ସଭାପତିଙ୍କ ଶପଥ ଗ୍ରହଣ ସମାରୋହ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ବହୁ ଚର୍ଚ୍ଚିତ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ସଭାପତି ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ଅର୍ବାନ ବ୍ୟାଙ୍କ ସଭାପତି ପଦରେ ବ୍ୟାଙ୍କ ପ୍ରତିଷ୍ଠାତାଙ୍କ ସୁପୁତ୍ର ଗୁରୁପ୍ରସାଦ ମହାନ୍ତିଙ୍କ ପାଇଁ ୭ଟି ସେଟ ନାମାଙ୍କନ ପତ୍ରରେ ୧୪ଜଣ ନବ ନିର୍ବାଚିତ ନିର୍ଦେଶକ ପ୍ରସ୍ତାବକ ଓ ସମର୍ଥକ ଭାବେ ସ୍ୱାକ୍ଷରକରି ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ନିକଟରେ ପୂର୍ବରୁ ଦାଖଲ କରିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ଆଉ କୈାଣସି ନାମାଙ୍କନ ପତ୍ର ଦାଖଲ ହୋଇନଥିଲେ ମଧ୍ୟ ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ ଗୁରୁବାର ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ ବେହେରା ଗୁରୁପ୍ରସାଦ ମହାନ୍ତି କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ସଭାପତି ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ଘୋଷଣା କରିବା ସହ ତାଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହାପରେ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ୧୪ଜଣ ନିର୍ବାଚିତ ନିର୍ଦେଶକ ଏବଂ ସଭାପତି ଗୁରୁ ପ୍ରସାଦ ମହାନ୍ତି ପଦ ଓ ଗୋପନୀୟତାର ଶପଥପାଠ କରିଥିଲେ । ସ୍ଥାନୀୟ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ବ୍ୟାଙ୍କର ପ୍ରତିଷ୍ଠାତା ନିର୍ଦେଶକ ଡା. ବିଶ୍ୱ ପ୍ରକାଶ କାନୁନଗୋ ପ୍ରଥମେ ବ୍ୟାଙ୍କର ସଭାପତି ଶ୍ରୀ ମହାନ୍ତିଙ୍କୁ ଏବଂ ପରେ ସମସ୍ତ ନିର୍ବାଚିତ ନିର୍ଦେଶକମାନଙ୍କୁ ଶପଥପାଠ କରାଇଥିଲେ । ନିର୍ବାଚିତ ନିର୍ଦେଶକ ରଶ୍ମୀରଞ୍ଜନ ଚୈାଧୁରୀ, ଶ୍ରୀକାନ୍ତ ନାୟକ, ସଂଗ୍ରାମ ମଳିକ, ଅଧିକାରୀ ଲକ୍ଷ୍ମୀନାରାୟଣ ଦାସ, ଶୁକାନ୍ତ କୁମାର ଦ୍ୱିବେଦୀ, ସୁଧାଂଶୁ ଶେଖର ପ୍ରତାପ, ନବଜ୍ୟୋତି ରାୟ, ଡଃ. ଅପର୍ଣ୍ଣା ମହାନ୍ତି, ପ୍ରଫୁଲ୍ଲ କୁମାର ସାହୁ, ବିଧୁଭୂଷଣ ମହାପାତ୍ର, ସିଦ୍ଧାର୍ଥ ଶଙ୍କର ଜେନା, ଅମୂଲ୍ୟ କୁମାର ପ୍ରଧାନ, ମହେନ୍ଦ୍ର କୁମାର ପରିଡା, କଳ୍ପତରୁ ମହାପାତ୍ର ପ୍ରମୁଖ ଜଣଙ୍କ ପରେ ଜଣେ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ଭାରପ୍ରାପ୍ତ ମୁଖ୍ୟ ନିର୍ବାହୀ ଅଧିକାରୀ ମନୋରଞ୍ଜନ ମହାନ୍ତି ସଂଚାଳନ କରିଥିବା ବେଳେ ଶାଖା ପରିଚାଳକ ରାଜୀବଲୋଚନ ପଣ୍ଡା, ସୁରେଶ ଚନ୍ଦ୍ର ପରିଡା, ରବୀନ୍ଦ୍ର ପାତ୍ର, ଭଞ୍ଜ କିଶୋର ଜେନା, ସୁକାନ୍ତ କର, କୈଳାସ ସାମଲ, ବ୍ରଜକିଶୋର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହାପରେ ନବ ନିର୍ବାଚିତ ସଭାପତି ଶ୍ରୀ ମହାନ୍ତି ବ୍ୟାଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ଦାୟୀତ୍ୱ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ