କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ବାର୍ଷିକ ସାଧାରଣ ସଭା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ୨୮ତମ ବାର୍ଷିକ ସାଧାରଣ ସଭା ଦୀନବନ୍ଧୁ ସାହୁ ଅଇନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କର ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ୨୦୨୨-୨୩ ଆର୍ôଥକ ବର୍ଷର ସମୀକ୍ଷା ବିବରଣୀ ଗ୍ରହଣ ଓ ଅନୁମୋଦନ କରାଯିବା ସହ ୨୦୨୩-୨୪ ବର୍ଷ ପାଇଁ ବାର୍ଷିକ ଆୟ ବ୍ୟୟର ଅଟକଳ, ୨୦୨୨-୨୩ ବର୍ଷର ଅତିରିକ୍ତ ବ୍ୟୟର ଅନୁମୋଦନ, ଲାଭାଂଶ ବଣ୍ଟନ ପ୍ରଭୃତିି ପ୍ରସ୍ତାବମାନ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ଅନ୍ୟାନ୍ୟ ପ୍ରସ୍ତାବମାନଙ୍କ ମଧ୍ୟରେ ବ୍ୟାଙ୍କର ପ୍ରତିଷ୍ଠାତା ସଭାପତି ଭାଗବତ ମହାନ୍ତିଙ୍କ ନାମରେ ବ୍ୟାଙ୍କର ନାମକରଣ, ଭାଗବତ ସ୍ୱରୋଜଗାର ଯୋଜନାର ଶୁଭାରମ୍ଭ, ବ୍ୟାଙ୍କରେ ବୁଝାମଣାଭିତ୍ତିକ ପରିଶୋଧ ଯୋଜନାକୁ ଲାଗୁ କରିବା ପାଇଁ ପରିଚାଳନା ପରିଷଦକୁ କ୍ଷମତା ଅର୍ପଣ, ଟେକ୍ନିକାଲ ରାଇଟ ଅପ୍ ଯୋଜନାର ପ୍ରଚଳନ, ବ୍ୟାଙ୍କର କ୍ୟୁ ଆର୍ କୋର୍ଡ ପ୍ରଚଳନ ଇତ୍ୟାଦି ପ୍ରସ୍ତାବ ଗୁଡିକୁ ସର୍ବସମ୍ମତିକ୍ରମେ ଗୃହୀତ କରାଯାଇଥିଲା । ଏହି ସଭାରେ ୪ଶହରୁ ଉର୍ଦ୍ଧ୍ୱ ସଭ୍ୟ/ସଭ୍ୟାମାନେ ବିଭିନ୍ନ ଗଠନମୂଳକ ପ୍ରସ୍ତାବମାନ ରଖିଥିଲେ । ସେଗୁଡିକ ମଧ୍ୟରୁ ଶାଖା ସଂପ୍ରସାରଣ ଯୋଜନା, ଆଦିବାସୀ ହରିଜନ, ଦଳିତ ଓ ମହିଳାମାନଙ୍କ ଆତ୍ମନିଯୁକ୍ତି ଯୋଜନା ଇତ୍ୟାଦି ଅନ୍ୟତମ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡା. ବିଶ୍ୱପ୍ରକାଶ କାନୁନଗୋ, ରବିନ୍ଦ୍ର ମୋହନ ସାହୁ, ମହମ୍ମଦ୍ ଆକବର ଅଲ୍ଲୀ, ହଳଧର ସେଠୀ, ଦୟାନିଧି ଜେନା, ପ୍ରମୋଦ କୁମାର ସାହୁ, ପ୍ରମୋଦ କୁମାର ଦେବ, ରମେଶ ଚନ୍ଦ୍ର ସାମଲ, ପ୍ରମୋଦ ମହାପାତ୍ର, ପ୍ରଫୁଲ୍ଲ ରାଉତ, ଅମୂଲ୍ୟ ରାଉତ, ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ବିଭିନ୍ନ ଗଠନମୂଳକ ପ୍ରସ୍ତାବମାନ ରଖିଥିଲେ । ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ଡଃ. ଅପର୍ଣ୍ଣା ମହାନ୍ତି, ରଶ୍ମିରଞ୍ଜନ ଚୌଧୁରୀ, ସଂଗ୍ରାମ ମଲ୍ଲିକ, ଶ୍ରୀକାନ୍ତ କୁମାର ନାୟକ, ସୁଧାଂଶୁ ଶେଖର ପ୍ରତାପ, ବିଧୁଭୂଷଣ ମହାପାତ୍ର, ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶ, ନବଜ୍ୟୋତି ରାୟ, ପ୍ରଫୁଲ୍ଲ କୁମାର ସାହୁ, ସିଦ୍ଧାର୍ଥ ଜେନା, ଅମୂଲ୍ୟ ପ୍ରଧାନ, ମହେନ୍ଦ୍ର କୁମାର ପରିଡା, କଳ୍ପତରୁ ମହାପାତ୍ର ପ୍ରମୁଖ ସଭାକାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ରାଜୀବ ଲୋଚନ ପଣ୍ଡା, ସାଧାରଣ ପରିଚାଳକ ସୁରେଶ ଚନ୍ଦ୍ର ପରିଡା, ଭାଗ୍ୟଲକ୍ଷ୍ମୀ ପଣ୍ଡା, ଶୁକାନ୍ତ କୁମାର କର, ଭଞ୍ଜକିଶୋର ଜେନା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବ୍ୟାଙ୍କର ଉପସଭାନେତ୍ରୀ ଡଃ. ଅପର୍ଣ୍ଣା ପହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।