କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ନୂତନ ଭାରପ୍ରାପ୍ତ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ଦାୟୀତ୍ୱ ଗ୍ରହଣ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ଭାରପ୍ରାପ୍ତ ମୁଖ୍ୟ ନିର୍ବାହୀ ଅଧିକାରୀ ମନୋରଞ୍ଜନ ମହାନ୍ତି ଅବସର ଗ୍ରହଣ କରିଥିବାରୁ ତାଙ୍କ ସ୍ଥାନରେ ରାଜୀବ ଲୋଚନ ପଣ୍ଡାଙ୍କୁ ପରିଚାଳନା ପରିଷଦ ବ୍ୟାଙ୍କର ନୂତନ ଭାରପ୍ରାପ୍ତ ମୁଖ୍ୟ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ନବ ନିଯୁକ୍ତ ଭାରପ୍ରାପ୍ତ ମୁଖ୍ୟ ନିର୍ବାହୀ ଅଧିକାରୀ ପଣ୍ଡା ବିଦାୟୀ ଅଧିକାରୀ ମହାନ୍ତିଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ବ୍ୟାଙ୍କ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ଉତ୍ସବରେ ମହାନ୍ତିଙ୍କୁ ବିଦାୟକାଳୀନ ସମ୍ବର୍ନ୍ଧନା ପ୍ରଦାନ କରାଯିବା ସହ ନୂତନ ଭାରପ୍ରାପ୍ତ ମୁଖ୍ୟ ନିର୍ବାହୀ ଅଧିକାରୀ ପଣ୍ଡାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ପରିଚାଳନା ପରିଷଦର ନିର୍ଦ୍ଦେଶକ ଅଧିକାରୀ ଲକ୍ଷ୍ମୀ ନାରାୟଣ ଦାସ, ମହେନ୍ଦ୍ର କୁମାର ପରିଡା, ପ୍ରାକ୍ତନ ମୁଖ୍ୟ ନିର୍ବାହୀ ଅଧିକାରୀ ସୁଶିଲ କୁମାର ସାମଲଙ୍କ ସମେତ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ମହାନ୍ତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇବା ସହ ନୂତନ ଭାରପ୍ରାପ୍ତ ମୁଖ୍ୟ ନିର୍ବାହୀ ଅଧିକାରୀ ପଣ୍ଡାଙ୍କୁ ସ୍ୱାଗତ ସମ୍ବର୍ନ୍ଧନା ଜ୍ଞାପନ କରିଥିଲେ ।