କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଭାଗ୍ୟଲକ୍ଷ୍ମୀ ପଣ୍ଡାଙ୍କ ଦାୟୀତ୍ୱ ଗ୍ରହଣ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ଭାରପ୍ରାପ୍ତ) ଭାବେ ବ୍ୟାଙ୍କର ବରିଷ୍ଠ ପ୍ରବନ୍ଧକ ଭାଗ୍ୟଲକ୍ଷ୍ମୀ ପଣ୍ଡା ଆଜି ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବଲୋଚନ ପଣ୍ଡାଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରିଛନ୍ତି । ଶ୍ରୀମତୀ ପଣ୍ଡା ଦାୟୀତ୍ୱ ଗ୍ରହଣ ପରେ ବ୍ୟାଙ୍କ ପରିସରରେ ଥିବା ପ୍ରତିଷ୍ଠାତା ସଭାପତି ଭାଗବତ ପ୍ରସାଦ ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ବ୍ୟାଙ୍କ ପକ୍ଷରୁ ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ପଣ୍ଡା, ସାଧାରଣ ପ୍ରବନ୍ଧକ ସୁରେଶ ଚନ୍ଦ୍ର ପରିଡା, ମିନାକ୍ଷୀ ପାଣି, ରବୀନ୍ଦ୍ର କୁମାର ପାତ୍ର, ସୁକାନ୍ତ କୁମାର କର, ହିମାଂଶୁ ଲେଙ୍କା, ବିବେକାନନ୍ଦ ମହାନ୍ତି ପ୍ରମୁଖ ପୁଷ୍ପଗୁଛ ଦେଇ ଶ୍ରୀମତୀ ପଣ୍ଡାଙ୍କୁ ଶୁଭେଛା ଜଣାଇଥିଲେ । ପ୍ରକାଶ ଥାଉକି ଶ୍ରୀ ପଣ୍ଡା ଅସୁସ୍ଥତା କାରଣରୁ ମୁଖ୍ୟ କାର୍ଯ୍ୟନିର୍ବାହୀ ପଦରୁ ଅବ୍ୟାହତି ନେବାକୁ ଗତ ଏକ ମାସ ତଳେ ପରିଚାଳନା ପରିଷଦକୁ ଲିଖିତ ଭାବେ ଜଣାଇଥିଲେ । ତାଙ୍କ ସ୍ୱାସ୍ଥ୍ୟ ଓ ବ୍ୟାଙ୍କ କାର୍ଯ୍ୟଧାରାକୁ ଦୃଷ୍ଟିରେ ରଖି ଗତ ୨୩.୦୯.୨୦୨୩ରିଖରେ ପରିଚାଳନା ପରିଷଦ ବୈଠକରେ ସର୍ବସମ୍ମତ କ୍ରମେ ଶ୍ରୀମତୀ ପଣ୍ଡାଙ୍କୁ ଅକ୍ଟୋବର ୧ତାରିଖରୁ ଦାୟୀତ୍ୱ ଦେବାକୁ ସ୍ଥିର ହୋଇଥିଲା । ଶ୍ରୀମତୀ ପଣ୍ଡା ପୂର୍ବରୁ ବିଭିନ୍ନ ଶାଖା ଏବଂ ପଦ ପଦବୀରେ ରହି ବହୁ ଦକ୍ଷତା ସହିତ କାର୍ଯ୍ୟ ସମ୍ପାଦନା କରିଛନ୍ତି ।