କେନ୍ଦ୍ରାପଡା ଉପକାରାଗାରରେ ନିମ୍ନମାନର ଖାଦ୍ୟକୁ ନେଇ କଏଦିଙ୍କ ଅନଶନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବାରିମୂଳସ୍ଥିତ କେନ୍ଦ୍ରାପଡା ଉପକାରାଗାରରେ ବିଚାରାଧୀନ କଏଦିମାନେ ସେମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯିବାକୁ ନେଇ ଅନଶନରେ ବସିରହିଥିବା ସୂଚନା ମିଳିଛି । ସେହି ଜେଲରେ ଥିବା କଏଦିମାନଙ୍କୁ ନିମ୍ନମାନର ଓ ଆବଶ୍ୟକ ପରିମାଣ ଠାରୁ କମ୍ ପରିମାଣର ଖାଦ୍ୟ ଜେଲ ପକ୍ଷରୁ ପ୍ରଦାନ କରାଯାଉଥିବା କଏଦିମାନେ ଅଭିଯୋଗ କରି ବୁଧବାର ସକାଳୁ ଉପକାରାଗାର ଭିତରେ ଅନଶନରେ ବସିରହିଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ଖବର ପାଇ ଜେଲ ବିଭାଗ ଡିଆଇଜି କୁଳମଣୀ ବେହେରା କେନ୍ଦ୍ରାପଡା ଉପକାରାଗାରରେ ପହଞ୍ଚି କଏଦିମାନଙ୍କୁ ବୁଝାଶୁଝା କରିଥିଲେବି କଏଦିମାନେ ସେମାନଙ୍କ ଜିଦରେ ଅଟଳ ରହିଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ଡିଆଇଜି ଶ୍ରୀ ବେହେରା ଓ ଜେଲ ଅଧିକ୍ଷକ ଶଶିକାନ୍ତ ମାହାଲିକ ବିଭାଗୀୟ ଉଚ୍ଚ କତ୍ତୃପକ୍ଷଙ୍କୁ ଜଣାଇଥିବା ଏକ ବିଶେଷ ସୁତ୍ରରୁ ଜଣାପଡିଛି । ଏ ସମ୍ପର୍କରେ କେନ୍ଦ୍ରାପଡା ଉପକାରାଗାରର ଅଧିକ୍ଷକ ଶଶିକାନ୍ତ ମାହାଲିକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେବି ସେ ଫୋନ ରିସିଭ କରିନଥିଲେ । ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ କଏଦିମାନେ ଅନଶନରେ ବସି ରହିଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ