କେନ୍ଦ୍ରାପଡା ଏନପିଏସ ଶିକ୍ଷକ ସଙ୍ଘର ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସଂଜୀବନୀ ବିଦ୍ୟାମନ୍ଦିର ପରିସରରେ ଜିଲ୍ଲାର ଏନପିଏସ ଶିକ୍ଷକମାନଙ୍କର ଏକ ବୈଠକ ବରିଷ୍ଠ ଶିକ୍ଷକ ଅରୁଣ ପରମାଣିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ୯ଟି ବ୍ଲକର ଶିକ୍ଷକ, ଶିକ୍ଷୟତ୍ରୀ ଓ ସଙ୍ଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ସଙ୍ଘର ସାଂଗଠନିକ ସମ୍ପାଦକ ମନୋରଞ୍ଜନ ତ୍ରିପାଠୀ ସମସ୍ତ ଶିକ୍ଷକ ବନ୍ଧୁମାନଙ୍କୁ ପ୍ରଥମେ ସ୍ୱାଗତ କରିଥିଲେ । ଉପସ୍ଥିତ ଶିକ୍ଷକମାନେ ପ୍ରତିମାସରେ ବୈଠକ କରିବା ସହ ସଂଗଠନକୁ ଦୃଢ ଓ ମଜଭୁତ କରିବା ପାଇଁ ମତବ୍ୟକ୍ତ କରିଥିଲେ । ଏ ପର୍ଯ୍ୟନ୍ତ ଜିଲ୍ଲାର ଶତାଧିକ ଟେକେନ ଓଭର ଉଚ୍ଚ ବିଦ୍ୟାଳୟର କର୍ମଚାରୀମାନେ ସେମାନଙ୍କ ସପ୍ତମ ବେତନର ଶତକଡା ୧୦ ପ୍ରତିଶତ ବକେୟା ପାଇନଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା । ଏଥିସହିତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଦାୟୀତ୍ୱହୀନତା ପାଇଁ ଅନେକ କର୍ମଚାରୀ ଦୀର୍ଘଦିନ ହେବ ଇନକ୍ରୀମେଣ୍ଟ ବକେୟା ପାଇପାରୁନଥିବା, ମାଟରନିଟି ମଞ୍ଜୁରୀ ପାଇଁ ମଧ୍ୟ ମାସ ମାସ ଅପେକ୍ଷା କରିବାକୁ ପଡୁଥିବା, ବରିଷ୍ଠ ଏସ.ଇ.ଏସ. ଗ୍ରେଡେସନ ତାଲିକା ମଧ୍ୟ ସୁଚାରୁରୂପେ ପ୍ରସ୍ତୁତ ହୋଇପାରୁନଥିବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଏସମସ୍ତ ବିଷୟ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ଶିକ୍ଷକମାନେ ଦୃଢମତ ରଖିଥିଲେ । ଏହାବ୍ୟତିତ ୬ବର୍ଷର ଚୁକ୍ତିଭିତ୍ତିକ ସମୟକୁ ରେଗୁଲାର ପିରିୟଡ ସହ ଯୋଗକରିବା ଓ ପୁରାତନ ପେନସନ ବ୍ୟବସ୍ଥାକୁ ପୁନର୍ବାର ଲାଗୁ କରିବା ପାଇଁ ସରକାରଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଆସନ୍ତା ନଭେମ୍ବରମାସ ୭ତାରିଖରେ ସଙ୍ଘର ଏକ ବଡ ଧରଣର ସଭା କରାଯିବାକୁ ସ୍ଥିର କରାଯାଇଥିଲା । ପରିଶେଷରେ ନିରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ