କେନ୍ଦ୍ରାପଡା ଏନପିଏସ ଶିକ୍ଷକ ସଙ୍ଘର ସରକାରଙ୍କୁ ଚେତାବନୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଏନ.ପି.ଏସ. ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ଏକ ବୈଠକ ସଙ୍ଘର ବରିଷ୍ଠ ସଦସ୍ୟ ନିରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ସ୍ଥାନୀୟ ସଞ୍ଜିବନୀ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଯାଇଛି । ଏହି ବୈଠକରେ ଉପସ୍ଥିତ ସଭ୍ୟମାନେ ଗତ ୨୦୨୨ମସିହା ଅକ୍ଟୋବରମାସ ୧୬ତାରିଖରେ ସରକାର ଯେଉଁ “୨୦୧୩ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ (ଠିକାପ୍ରଥା)” କୁ ହଟାଇ ଚୁକ୍ତିଭିତ୍ତିକ ତଥା ଇନିସିଆଲ ଆପଏଣ୍ଟିଶିକ୍ଷକମାନଙ୍କୁ ରେଗୁଲାର କରିବା ସହ ଚାକିରୀ ଆରମ୍ଭରୁ ଜାତୀୟ ଇନକ୍ରୀମେଣ୍ଟ ପ୍ରଦାନ କରିବା କଥା ଘୋଷଣା କରିଥିଲେ ତାହା ଦୀର୍ଘ ୬ମାସ ପରେ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇପାରିନଥିବାରୁ ଏବଂ ୨୦୧୩ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ପ୍ରଣୟନ ପୂର୍ବରୁ ନିଯୁକ୍ତି ପାଇଥିବା ୨୦୦୪ରୁ ୨୦୧୪ମସିହା ଚୁକ୍ତିଭିତ୍ତିକ ଶିକ୍ଷକ ସରକାରଙ୍କ ଆର୍ଥିକ ସମସ୍ୟା ସମୟୁରେ ସ୍ୱଳ୍ପ ଦରମାରେ କାର୍ଯ୍ୟ କରିବା ସହ ୬ବର୍ଷରେ ରେଗୁଲାର ହୋଇ ବିଦ୍ୟାଳୟ ସମୁହରେ ଅଦ୍ୟାବଧି ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଚାଲିଥିଲେ ମଧ୍ୟ ଏବର୍ଗର ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କୁ ୨୦୧୩ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମରେ ଅନ୍ତର୍ଭୁକ୍ତ ନକରି ୬ଟି ନ୍ୟାସନାଲ ଇନକ୍ରୀମେଣ୍ଟ ପ୍ରଦାନରୁ ବଞ୍ଚିତ କରିବା ଓ ୬ବର୍ଷର ଚୁକ୍ତିଭିତ୍ତିକ ସେବା ସମୟକୁ ମୂଳ ଚାକିରୀର ଯୋଗନକରି ନାର୍ଯ୍ୟ ଅଧିକାରରୁ ବଞ୍ଚିତ କରିଥିବାରୁ ସାମୁହିକ କ୍ଷୋଭ ପ୍ରକାଶ କରିବା ସହ ସରକାରଙ୍କୁ ଦୃଢଭାବେ ନିନ୍ଦାକରି ନିଜର ହକ୍ (୨୦୦୪ରୁ ୨୦୧୪ବ୍ୟାଚକୁ ୨୦୧୩ ଚୁକ୍ତି ଭିତ୍ତିକ ନିଯୁକ୍ତି ନିୟମରେ ଅନ୍ତର୍ଭୁକ୍ତ କରିବା) ପାଇଁ ଉଚ୍ଚ ନ୍ୟାୟାଳୟ ଯିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ । ଯେପର୍ଯ୍ୟନ୍ତ ସରକାର ସେମାନଙ୍କ ଦାବି ପୁରଣ ନକରିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲସ୍ଥିର କରାଯାଇଥିଲା । ଆବଶ୍ୟକ ହେଲେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟ ଘେରାଉ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଜିଲ୍ଲା ସଙ୍ଘର ସଭାପତି ଅରୁଣ ପରମାଣିକ, ସମ୍ପାଦକ ମନୋରଞ୍ଜନ ତ୍ରିପାଠୀ, ମହେଶ୍ୱର ସାହୁ, ସନ୍ତୋଷ କୁମାର ଦାସ, ସସ୍ମିତା ବେହେରା, ନିର୍ମଳକୁମାର ସ୍ୱାଇଁ, ସୂର୍ଯ୍ୟପ୍ରକାଶ ନନ୍ଦ, ରଘୁନାଥ ଦାସ, ତିତିକାନ୍ତ ନାୟକ, ସିଦ୍ଧାର୍ଥଶଙ୍କର ଜେନା, ମିହିର ରଞ୍ଜନ ଦାଶ, ରାଜେନ୍ଦ୍ର ମିଶ୍ର, ଅନିନ୍ଦିତା ପଟ୍ଟନାୟକ, ନୃସିଂହ ସ୍ୱାଇଁ, ମାନସରଞ୍ଜନ ମିଶ୍ର, ବିରଞ୍ଚି ନାରାୟଣ ଜେଠୀ, ମନୋଜ ପଟ୍ଟନାୟକ, କୁଶଦେବ ନାୟକ, ଦେବେନ୍ଦ୍ର ପଣ୍ଡା, ଅରୁଣ କୁମାର ବିଶ୍ୱାଳ, ଧୀର ପ୍ରସାଦ ପରିଜା ପ୍ରମୁଖ ଶତାଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ । ଶେଷରେ ଶିକ୍ଷକ ପ୍ରଭାସରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ