କେନ୍ଦ୍ରାପଡା କଲେଜରେ ଅନର୍ସ ଓ ପିଜି ସିଟ ବୃଦ୍ଧି ପାଇଁ ବିଶ୍ୱବିଦ୍ୟାଳୟ ଟିମର ପରିଦର୍ଶନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବିଭିନ୍ନ ବିଭାଗର ସମ୍ମାନ ଶ୍ରେଣୀ ଓ ସ୍ନାତକୋତ୍ତର ସମ୍ମାନ ଶ୍ରେଣୀର ସିଟ ବୃଦ୍ଧି ନିମନ୍ତେ ଉତ୍କଳ ବିଶ୍ୱ ବିଦ୍ୟାଳୟର ଏକ ଟିମ ମହାବିଦ୍ୟାଳକୁ ପରିଦର୍ଶନ କରି ଫେରିଯାଇଛନ୍ତି । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଯୁଗ୍ମ ଶାସନ ସଚିବଙ୍କ ନିର୍ଦେଶ ଅନୁଯାୟୀ ଉତ୍କଳ ବିଶ୍ୱ ବିଦ୍ୟାଳୟର ମହାବିଦ୍ୟାଳୟ ବିକାଶ କାଉନସିଲର ନିର୍ଦେଶକଙ୍କ ନିର୍ଦେଶ କ୍ରମେ ଏହି ମହାବିଦ୍ୟାଳୟର ବିଭିନ୍ନ ବିଭାଗରେ ସିଟ ବୃଦ୍ଧି ନିମନ୍ତେ ଉତ୍କଳ ବିଶ୍ୱ ବିଦ୍ୟାଳୟ ବାଣିଜ୍ୟ ସ୍ନାତକୋତ୍ତର ସମ୍ମାନ ବିଭାଗର ପ୍ରଫେସର ପି.କେ. ହୋତା, ପରସୋନାଲ ମ୍ୟାନେଜମେଣ୍ଟ ଏବଂ ଇଣ୍ଡଷ୍ଟ୍ରିଆଲ ରିକ୍ରେସନ ସ୍ନାତକୋତ୍ତର ସମ୍ମାନ ବିଭାଗର ଡଃ. ବି.କେ. ସୁନ୍ଦରରାୟ, ଅର୍ଥନୀତି ସ୍ନାତକୋତ୍ତର ସମ୍ମାନ ବିଭାଗର ଡଃ. ଏ.ବି. ଦାସ, ଭୁଗୋଳ ସ୍ନାତକୋତ୍ତର ସମ୍ମାନ ବିଭାଗର ପ୍ରଫେସର କେ.ସି. ରଥ ଏବଂ କମ୍ପ୍ୟୁଟର ବିଜ୍ଞାନ ସ୍ନାତକୋତ୍ତର ସମ୍ମାନ ବିଭାଗର ପ୍ରଫେସର ପି.କେ. ବେହେରା ପ୍ରମୁଖ ଦୁଇଦିନ ଧରି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିଦର୍ଶନରେ ଆସି ମହାବିଦ୍ୟାଳୟର ବାଣିଜ୍ୟ, ସମାଜ ଶିଳ୍ପ, କମ୍ପ୍ୟୁଟର ବିଜ୍ଞାନ ପ୍ରଭୃତି ବିଭାଗ ଗୁଡିକର କାର୍ଯ୍ୟକ୍ରମ, ରେକର୍ଡପତ୍ର, ଭୀତ୍ତିଭୂମୀ ପ୍ରମୁଖ ତନଖି କରିଥିଲେ । କଲେଜ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା, ଅର୍ଥନୀତି ବିଭାଗ ଅଧ୍ୟାପକ ଡଃ. ଜ୍ଞାନୀନ୍ଦ୍ର ଦାଶ, ଶିକ୍ଷା ବିଭାଗର ଡଃ. ପ୍ରଭାକର ମଲ୍ଲିକ, କଲେଜ ଆଡମିନିଷ୍ଟ୍ରେଟିଭ ବର୍ସାର କ୍ୟାପଟେନ ମନୋରଞ୍ଜନ ମହାନ୍ତି, ପ୍ରାଣୀ ବିଜ୍ଞାନ ବିଭାଗର ବାସନ୍ତୀ ଶୁକ୍ଳା ଓ ଡଃ. ଗୈାରପ୍ରସାଦ ଷଡଙ୍ଗୀ, ଉଭିଦ୍ଦ ବିଜ୍ଞାନ ବିଭାଗର ଡଃ. ଗୈାତ୍ତମ ଦାସ ଓ ପଦାର୍ଥ ବିଜ୍ଞାନର ଡଃ. ସଞ୍ଜୀବ ମହାନ୍ତି ପ୍ରମୁଖ ସଂପୃକ୍ତ ଟିମର କଲେଜ ପରିଦର୍ଶନରେ ସହଯୋଗ କରିଥିଲେ । ସେହି ଟିମ କେନ୍ଦ୍ରାପଡା କଲେଜ ବାଣିଜ୍ୟ ବିଭାଗର +୩ ସମ୍ମାନ ଶ୍ରେଣୀ, +୩ ସ୍ନାତକୋତ୍ତର ସମ୍ମାନ ଶ୍ରେଣୀ, ବି.ବି.ଏ., ଏମ.ଏଫ.ସି. କମ୍ପ୍ୟୁଟର ବିଜ୍ଞାନ ଓ ଶିଳ୍ପ ସମାଜ ବିଭାଗରେ ସିଟ ବୃଦ୍ଧି ନିମନ୍ତେ ସେମାନଙ୍କର ତଦନ୍ତ ରିପୋର୍ଟ ବିଶ୍ୱ ବିଦ୍ୟାଳୟକୁ ପ୍ରଦାନ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ