କେନ୍ଦ୍ରାପଡା କଲେଜରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସମାଜ ବିଜ୍ଞାନ ବିଭାଗ ପ୍ରାଧ୍ୟାପିକା ଡଃ. ସୁଷମା ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଡଃ. ରାମଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ଡଃ ଅପର୍ଣ୍ଣା ମହାନ୍ତି, ଡଃ. ଜ୍ୟୋତିର୍ମୟୀ ମହାପାତ୍ର, ପ୍ରଫେସର ଅନ୍ନପୂର୍ଣ୍ଣା ସୁଆର, ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଡଃ. ବେହେରା ତାଙ୍କ ବକ୍ତବ୍ୟରେ ନାରୀର ଅର୍ନ୍ତନିହିତ ଶକ୍ତି, ସହନଶୀଳତା ଜୀବନ ସହିତ ଲଢିବାର ଶକ୍ତି ଉପରେ ଆଲୋକପାତ କରିଥିଲେ । ସେ ଉପସ୍ଥାପନା କରିଥିଲେ ଯେ ନାରୀର ଲଢେଇ ଆବେଗ ସ୍ତରର ଲଢେଇ ଯାହାକି ଯୁଗାନ୍ତକାରୀ । ସମ୍ମାନିତ ଅତିଥି ଡଃ. ଅପର୍ଣ୍ଣା ମହାନ୍ତି ନିଜ ବକ୍ତବ୍ୟ ମାଧ୍ୟମରେ ନାରୀ ପ୍ରତି ହେଉଥିବା ଅତ୍ୟାଚାର ଓ ତା’ର ପ୍ରତିକାର ସମ୍ବଦ୍ଧରେ ଆଲୋଚନା କରିଥିଲେ । ସେ ମା’ ଲକ୍ଷ୍ମୀ ଓ ପେଟେଣ୍ଟ ମେଡିସିନର ସୁଲୋଚନା ଚରିତ୍ର ଉପାଖ୍ୟାନକୁ ଉଦାହରଣ ଦେଇ ନାରୀ ଚରିତ୍ର ମାଧ୍ୟମରେ ନାରୀ ଶକ୍ତିର ମହତ୍ୱକୁ ଉପସ୍ଥାପନା କରିଥିଲେ । ଏତଦବ୍ୟତିତ ନାରୀ ନିର୍ଯ୍ୟାତନା ନିବାରଣ ପାଇଁ ପୁରୁଷ ସମାଜ ମଧ୍ୟରେ ସଚେତନତା ଆଣିବା ଉଚିତ ବୋଲି ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଡଃ. ଜ୍ୟୋତିର୍ମୟୀ ମହାପାତ୍ର ପାଶ୍ଚାତ୍ୟ ଦେଶରେ ନିର୍ଯ୍ୟାତନା ଯୋଗୁଁ ବିବାହ ଓ ମାତୃତ୍ୱ ଲାଭ କରିବା ପାଇଁ ନାରୀ ଅନିଛା ପ୍ରକାଶ କରୁଥିବା ସମ୍ପର୍କରେ ଆଲୋକପାତ କରିଥିଲେ । ଡଃ. ଅନ୍ନପୂର୍ଣ୍ଣା ସୁଆର ତାଙ୍କ ବକ୍ତବ୍ୟରେ ନାରୀ ଓ ପୁରୁଷ ପରଷ୍ପର ପରିପୂରକ ବୋଲି କହିଥିଲେ । ସମାଜ ଗଠନରେ ଉଭୟଙ୍କ ଅବଦାନ ଅତୁଳନୀୟ ବୋଲି ଡଃ. ସୁଆର ବକ୍ତବ୍ୟ ରଖିଥିଲେ । କଲେଜ ଅଧ୍ୟକ୍ଷ ଡଃ. ତ୍ରିପାଠୀ ତାଙ୍କ ବକ୍ତବ୍ୟରେ ଲିଙ୍ଗଗତ ଭିନ୍ନତା ପରିବର୍ତ୍ତନ ହେଲାଣି ଏବଂ ଏହି ଭିନ୍ନତା ଆଗାମୀ ଦିନରେ ସଂପୂର୍ଣ୍ଣ ଭାବେ ବିଲୋପ ପାଇବ ବୋଲି କହିଥିଲେ । ଉପାଧ୍ୟକ୍ଷ ଫ୍ରଫେସର ବେହେରା ତାଙ୍କ ବକ୍ତବ୍ୟରେ ନାରୀ ବିନା ପୁରୁଷର ସ୍ଥିତି ଅସମ୍ଭବ ବୋଲି ଦର୍ଶାଇଥିଲେ । ଡଃ. ସୁଷମା ଶତପଥୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଶିକ୍ଷା ବିଭାଗ ପ୍ରାଧ୍ୟାପିକା ରତ୍ନମଞ୍ଜରୀ ଦାଶ ଅତିଥି ପରିଚୟ ଦେଇଥିବା ବେଳେ ଅର୍ଥନୀତି ବିଭାଗ ଅଧ୍ୟାପିକା ଡଃ. ଦିପ୍ତି ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଇଂରାଜୀ ବିଭାଗ ଅଧ୍ୟାପିକା ଡଃ. ପ୍ରଭା ସାମନ୍ତରାୟ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଡଃ. ପ୍ରବା ସାମନ୍ତରାୟ, ଲେଫଟନାଣ୍ଟ ସୀମା ମହାନ୍ତି, ତୁହିନା ସାନିଏଲ(ମିଶ୍ର) ପ୍ରମୁଖ କବିତା ପାଠ କରିଥିବା ବେଳେ ଅଧ୍ୟାପିକା ମୋନାଲିସା ସିଂ, ଅଧ୍ୟାପିକା ମଧୁସ୍ମିତା ସିଂ, ଅଧ୍ୟାପିକା ବନ୍ଦିତା ସଂଗୀତ ପରିବେଷଣ କରିଥିଲେ । ପ୍ରାଧ୍ୟାପିକା ପୈାର୍ଣ୍ଣମାସୀ ପଣ୍ଡା, ପ୍ରାଧ୍ୟାପିକା ମିନତୀ ଜେନା, ଅଧ୍ୟାପିକା ପୂର୍ବାସା ପ୍ରିୟଦର୍ଶିନୀ, ଅଧଯୟାପିକା ପ୍ରୀତିରେଖା ସ୍ୱାଇଁ, ଅଧ୍ୟାପିକା ସୈାମ୍ୟା ମହାରଣା, ମୁଖ୍ୟ ଗ୍ରାନ୍ଥା ଗାରିକା ମାନସୀମଞ୍ଜରୀ ଜେନା, ଅଧ୍ୟାପିକା ଶୁଭଶ୍ରୀଙ୍କ ସମେତ କଲେଜର ମହିଳା କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ