କେନ୍ଦ୍ରାପଡା କଲେଜରେ ମେଗା ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ଆସନ୍ତା ୧୦ତାରିଖ ସୋମବାର କଲେଜ ଯୁବ ରେଡକ୍ରସ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ମହାବିଦ୍ୟାଳୟର ମୁଖଶାଳାରେ ଅବସ୍ଥିତ ଗାନ୍ଧିଭବନରେ ସେହିଦିନ ସକାଳ ୯ଟାରେ ଏହି ରକ୍ତଦାନ ଶିବିର ଆରମ୍ଭ ହେବ ବୋଲି ସ୍ଥିର କରାଯାଇଛି । ଏନେଇ ଏକ ପ୍ରସ୍ତୁତି ବୈଠକ ଅଧ୍ୟାପକ ବିକାଶ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରକ୍ତଦାନ ଭଳି ମହତ ଦାନ ନିମନ୍ତେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ,ଅଧ୍ୟାପକ/ଅଧ୍ୟାପିକା, ସ୍ଥାନୀୟ ବାସିନ୍ଦା, ସ୍ୱେଛାସେବୀ ସଂଗଠନ ଓ ବେସରକାରୀ ସଂସ୍ଥା ଗୁଡିକ ଆଗେଇ ଆସିବାକୁ କଲେଜ ପକ୍ଷରୁ ନିବେଦନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ