କେନ୍ଦ୍ରାପଡା କଲେଜରେ +୨ ପରୀକ୍ଷାରେ ସଫଳତା ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା , (ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପକ୍ଷରୁ ଚଳିତ ବର୍ଷ +୨ ବିଭାଗରେ ମହାବିଦ୍ୟାଳୟ ପାଇଁ ଗୈାରବ ଆଣିଥିବା ଧନ୍ଦାମୂଳକ ଶିକ୍ଷା ବିଭାଗରେ ୪୯୧ ନମ୍ବର ରଖି ବୈଶାଖୀ ଶତପଥୀ ଓଡିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିବା,ରୂପାଲି ସାମଲ ୫୪୫ନମ୍ବର ରଖି ବାଣିଜ୍ୟ ବିଭାଗରେ ଜିଲ୍ଲାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଏବଂ କୁମାର କାର୍ତ୍ତିକ ମଲ୍ଲିକ ୪୮୭ ନମ୍ବର ରଖି କଳା ବିଭାଗର ଏବଂ ଶୁଭକାନ୍ତ ସାହୁ ୫୪୩ନମ୍ବର ରଖି ବିଜ୍ଞାନ ବିଭାଗରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ କଲେଜ ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ସେମାନଙ୍କୁ ସୋମବାର ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଅଧ୍ୟକ୍ଷ ଡଃ.ତ୍ରିପାଠୀ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନଙ୍କର ଭୂୟସି ପ୍ରଶଂସା କରିଥିଲେ । ଛାତ୍ରଛାତ୍ରୀମାନଙ୍କ କର୍ତ୍ତବ୍ୟ ନିଷ୍ଠା,ଅକ୍ଳାନ୍ତ ପରିଶ୍ରମ ଓ ଅଧ୍ୟାପକ/ଅଧ୍ୟାପିକାମାନଙ୍କ ପରିଶ୍ରମ ଏବଂ ଆଶ୍ରିର୍ବାଦ ଛାତ୍ରଛାତ୍ରୀମାନଙ୍କ ସଫଳତାର ମୂଳମନ୍ତ୍ର ବୋଲି ଅଧ୍ୟକ୍ଷ ଅଭିବ୍ୟକ୍ତି ରଖିଥିଲେ । ଏହି ଅବସରରେ ଅଧ୍ୟକ୍ଷ ଡଃ.ତ୍ରିପାଠୀ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ କଲେଜ ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା, ଅଧ୍ୟାପିକା ଅନ୍ନପୂର୍ଣ୍ଣା ସୁଆର, ଅଧ୍ୟାପକ ଡଃ.ଶ୍ରୀଧର ସାମଲ, ଡଃ.ଜ୍ଞାନୀନ୍ଦ୍ର ଦାଶ, ରଞ୍ଜିତ କୁମାର ଦାସ, ଅଶୋକ କୁମାର ଦାସ, ଗୈାର ପ୍ରସାଦ ଷଡଙ୍ଗୀ, ମନୋଜ କୁମାର ମିଶ୍ର ଏବଂ ମୁଖ୍ୟ କିରାଣୀ କୁମାର ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ