କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷ ଉତ୍କଳ ବିଶ୍ୱ ବିଦ୍ୟାଳୟ କଲେଜ ଉନ୍ନୟନ ପରିଷଦ ସଦସ୍ୟ ମନୋନିତ

କେନ୍ଦ୍ରାପଡ଼ା, (ଯୁଗାବ୍ଦ ନ୍ୟୁଜ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଉତ୍କଳ ବିଶ୍ୱ ବିଦ୍ୟାଳୟର ମହାବିଦ୍ୟାଳୟ ଉନ୍ନୟନ ପରିଷଦର ସଦସ୍ୟ ଭାବେ ମନୋନିତ ହୋଇଛନ୍ତି । ଏସମ୍ପର୍କରେ ଉତ୍କଳ ବିଶ୍ୱ ବିଦ୍ୟାଳୟ କଲେଜ ଉନ୍ନୟନ ପରିଷଦର ନିର୍ଦେଶକଙ୍କ ଦ୍ୱାରା ପ୍ରକାଶିତ ପତ୍ର ସଂଖ୍ୟା- ୨୭୬୬୦ ତା ୩୦.୧୨. ୨୦୨୨ରିଖରେ ନିର୍ଦେଶନାମା ପ୍ରକାଶ ପାଇଛି । ବିଶ୍ୱବିଦ୍ୟାଳୟର ଉପକୂଳପତି ଏହି ପରିଷଦର ଅଧ୍ୟକ୍ଷ ରହିଥିବା ବେଳେ ପରିଷଦର ସଦସ୍ୟ ଭାବରେ ରାଜ୍ୟର ୧୯ଟି ବଛା ବଛା ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ମନୋନିତ କରାଯାଇଛି । ରାଜ୍ୟର ଏଭଳି ଏକ ସମ୍ମାନଜନକ ପଦ ନିମନ୍ତେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବେହେରାଙ୍କୁ ମନୋନିତ କରାଯାଇଥିବାରୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷ ପ୍ରଫେସର ବେହେରାଙ୍କୁ ପୁଷ୍ପଗୁଛ ପ୍ରଦାନ କରି ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି । ପ୍ରଫେସର ବେହେରା ହେଉଛନ୍ତି ଠାକୁରପାଟଣା ଗ୍ରାମର ସ୍ୱର୍ଗତ ବିଦ୍ୟାଳୟ ସହ ନିରୀକ୍ଷକ ଗୋକୁଳାନନ୍ଦ ବେହେରାଙ୍କ ସୁପୁତ୍ର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ