କେନ୍ଦ୍ରାପଡା କଲେଜ ଇଂରାଜୀ ବିଭାଗର ଆଲୁମିନି ମିଟ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଇଂରାଜୀ ବିଭାଗର ଆଲୁମିନି ମିଟ ବିଭାଗର ଶ୍ରେଣୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ୩୦ରୁ ଉର୍ଦ୍ଧ୍ୱ ପ୍ରାକ୍ତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ବିଭାଗୀୟ ମୁଖ୍ୟ ମେଜର ମନୋରଞ୍ଜନ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ ସହ ସଭାର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ । ପ୍ରାକ୍ତନ ପ୍ରାଧ୍ୟାପକ ଦୁର୍ଯ୍ୟୋଧନ ପରିଡା ଯୋଗଦେଇ ସଭାର ପୁନଃଗଠନ ଓ କାର୍ଯ୍ୟାବଳୀ ବିଷୟରେ ମତ ରଖିଥିଲେ । ଉପସ୍ଥିତ ଛାତ୍ରଛାତ୍ରୀମାନେ ସେମାନଙ୍କର ଅତୀତ ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ବର୍ତ୍ତମାନର ପଦପଦବୀ ବିଷୟରେ ବର୍ଣ୍ଣନା କରିଥିଲେ । ସଭା କାର୍ଯ୍ୟ ପ୍ରାରମ୍ଭରେ ବିଭାଗର ସ୍ୱର୍ଗତ ଆତ୍ମାମାନଙ୍କ ଉଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ସଭାରେ ନୂତନ କର୍ମକର୍ତ୍ତାମାନଙ୍କର ଚୟନ କରାଯିବା ସଙ୍ଗେ ସଙ୍ଗେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ଅଧ୍ୟାପିକା ପ୍ରଭା ସାମନ୍ତରାୟ ସଭା ପରିଚାଳନା କରିଥିବା ବେଳେ ଅଧ୍ୟାପକ ଅଚ୍ୟୁତ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇ ସଭାପତି ଭାବେ ଡଃ. ବିଦୁ ଭୂଷଣ ଦାଶ, ଉପସଭାପତି ଭାବେ ଡଃ. ସର୍ମିଷ୍ଠା କବି, ସମ୍ପାଦକ ଭାବେ ଡଃ. ବିନାୟକ ପ୍ରସାଦ ପ୍ରଧାନ, ସହ ସମ୍ପାଦକ ଭାବେ ସରୋଜକାନ୍ତ ନାୟକ, କୋଷାଧ୍ୟକ୍ଷ ଭାବେ ଅଚ୍ୟୁତାନନ୍ଦ ମହାରଣା ଓ ସହ କୋଷାଧ୍ୟକ୍ଷ ଭାବେ ଇପ୍ସିତା ବେହୁରାଙ୍କୁ ମନୋନିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ