କେନ୍ଦ୍ରାପଡା କଲେଜ ଏସି ଚୋରି ମାମଲାର ତଦନ୍ତ ଦାୟୀତ୍ୱ ନେଲେ ଇନିସପେକ୍ଟର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଲୟରୁ ଏସି ଚୋରି ମାମଲାର ତଦନ୍ତ ଦାୟୀତ୍ୱ ନେଇଛନ୍ତି ପୋଲିସ ଇନିସପେକ୍ଟର ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ । ଘଟଣାରୁ ପ୍ରକାଶ ଯେ ଏସି ଚୋରି ମାମଲାର ନିରପେକ୍ଷ ତଦନ୍ତ କରାଯିବା, ପୋଲିସ ଛାଡିଦେଇଥିବା ଚୋରି ଘଟଣାର ମାଷ୍ଟରମାଇଣ୍ଡ ଅଧ୍ୟାପକଙ୍କୁ ଗିରଫ ଓ ମାମଲାର କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ ଦାବିରେ ମହାବିଦ୍ୟାଳୟର ପୁରାତନ ଛାତ୍ରମାନେ ଟାଉନ ଥାନା ସମ୍ମୁଖରେ ଧାରଣାରେ ବସିରହିଥିଲେ । ୫ଦିନ ଧାରଣାରେ ବସିବା ପରେ ଗତ୧୨ତାରିଖରେ ପୋଲିସ ମୁଖ୍ୟାଳୟରୁ ଡିଏସପି ସରିତା ମହାପାତ୍ର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶରେ ଧାରଣାସ୍ଥଳକୁ ଆସି ଧାରଣାକାରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ଡିଏସପି ଶ୍ରୀମତୀ ମହାପାତ୍ର ପ୍ରତିଶୃତି ଦେବାପରେ ଧାରଣାକୁ ସ୍ଥଗିତ ରଖାଯାଇଥିଲା । ସେହି ପ୍ରତିଶୃତି ଅନୁଯାୟୀ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡା କଲେଜରୁ ଏସି ଚୋରି ମାମଲାର ତଦନ୍ତ ଭାର ପୋଲିସ ମୁଖ୍ୟାଳୟରେ ଥିବା ପୋଲିସ ଇନିସପେକ୍ଟର ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତଙ୍କୁ ପ୍ରଦାନ କରାଯାଇଛି । ଇନିସପେକ୍ଟର ଶ୍ରୀ ପଟ୍ଟାୟତ ଟାଉନ ଥାନାରୁ ପୂର୍ବତନ ତଦନ୍ତ ଅଧିକାରୀଙ୍କ ଠାରୁ କେଶ ରେକର୍ଡ ଗ୍ରହଣ କରିବା ପରେ ଆଜି ପ୍ରଥମ ଥର ପାଇଁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ତଦନ୍ତ ନିମନ୍ତେ ଯାଇ ପହଞ୍ଚିଥିଲେ । ଏଥିସହିତ ଏସି ଚୋରି ଯାଇଥିବା ମହାବିଦ୍ୟାଳୟର କନଫରେନ୍ସ ହଲ ବୁଲି ଦେଖିବା ସହିତ ତାର ପାରିପାଶ୍ୱର୍ିକ ଅବସ୍ଥିତିକୁ ଅନୁଧ୍ୟାନ କରିଥିଲେ । ଏଥିସହିତ ଏସି ଚୋରି କରିଥିବା କଲେଜର କର୍ମଚାରୀ ତଥା ସଂପୃକ୍ତ ଇଲେକ୍ଟ୍ରିସିଆନ ଓ ଏସି କିଣିଥିବା କଲେଜର କର୍ମଚାରୀଙ୍କ ସମେତ ଥାନାରେ ଅଟକ ଥିବା ଅଧ୍ୟାପକଙ୍କୁ ପୋଲିସ ମୁଖ୍ୟାଳୟକୁ ପଚରାଉଚୁରା କରିବା ପାଇଁ ଡାକିଛନ୍ତି । ଏଥିସହିତ କଲେଜ ଅଧ୍ୟକ୍ଷଙ୍କ ସହିତ ମଧ୍ୟ ଚୋରି ସମ୍ପର୍କରେ ବିଭିନ୍ନ ବିଷୟ ଆଲୋଚନା କରିଥିବା ଶ୍ରୀ ପଟ୍ଟାୟତ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ