କେନ୍ଦ୍ରାପଡା କଲେଜ ଛାତ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ର ଚିନ୍ମୟ କୁମାର ଜେନାଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଗଙ୍ଗାରାମପୁର ପଞ୍ଚାୟତର ଲୋକନାଥପୁର ଗ୍ରାମର ପ୍ରଦୀପ୍ତ କୁମାର ଜେନାଙ୍କ ପୁଅ ଚିନ୍ମୟ ଜଣେ ମେଧାବୀ ଛାତ୍ର ଥିଲେ । ସେ କିଡନୀ ଜନିତ ରୋଗରେ ପିଡିତ ଥାଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । କଳା ଓ ସଂସ୍କୃତିକୁ ଭଲ ପାଉଥିବା ଚିନ୍ମୟଙ୍କ ପାଠପଢାରେ ଅଧିକ ମନୋନିବେଶ କରିଥିଲେ । ତାଙ୍କ ଏକାଦଶାହ ଅବସରରେ ଲୋକନାଥପୁରସ୍ଥିତ ବାସଭବନରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ସହପାଠୀ ଛାତ୍ରଛାତ୍ରୀ, ଅଧ୍ୟାପକ,ଅଧ୍ୟାପିକା, କେଶବବାବାଙ୍କ ଭକ୍ତ ଓ ଶ୍ରଦ୍ଦାଳୁମାନେ ପହଞ୍ଚି ଚିନ୍ମୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ