କେନ୍ଦ୍ରାପଡା କଲେଜ ପୂର୍ବତନ ପଦାର୍ଥ ବିଜ୍ଞାନ ମୁଖ୍ୟ ପ୍ରାଧ୍ୟାପକଙ୍କ ବିୟୋଗରେ ଶୋକସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ପ୍ରାକ୍ତନ ମୁଖ୍ୟ ପ୍ରାଧ୍ୟାପକ ଡ. ପୁରୁଷୋତ୍ତମ ଦାସଙ୍କର କଟକ ମହାନଦୀବିହାରସ୍ଥିତ ବାସଭବନରେ ବୁଧବାର ରାତିରେ ହୃଦଘାତରେ ବିୟୋଗ ହୋଇଯାଇଛି । ସ୍ୱର୍ଗତ ଦାସଙ୍କ ବିୟୋଗରେ ଆଜି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗରେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ବିଶ୍ୱରଞ୍ଜନ ପୁହାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ବିଭାଗର ସମସ୍ତ ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ତାଙ୍କର ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଅଧ୍ୟାପକ ରଞ୍ଜିତ କୁମାର ଦାସ ଓ ଅଧ୍ୟାପକ ପ୍ରକାଶ କୁମାର ମଲ୍ଲିକ ବକ୍ତବ୍ୟରେ ସ୍ୱର୍ଗତ ଦାସ ଜଣେ ଛାତ୍ରବତ୍ସଳ, କର୍ତ୍ତ ବ୍ୟନିଷ୍ଠ ଓ ଆମାୟୀକ ବ୍ୟକ୍ତିତ୍ୱର ଅଧିକାରୀ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ବୋଲି କହିଥିଲେ । ସ୍ୱର୍ଗତ ଦାସ ୧୯୮୬ମସିହାରେ କେନ୍ଦ୍ରାପଡା କଲେଜରେ ଜଣେ ଅଧ୍ୟାପକ ଭାବରେ ଯୋଗଦେଇ ଦୀର୍ଘ ୨୦ବର୍ଷ ଅଧ୍ୟାପନା କରିବା ପରେ ୨୦୦୫ମସିହାରେ ପ୍ରାଧ୍ୟାପକ ଭାବେ ଅବସର ଗ୍ରହଣ କରିଥିଲେ । ତାଙ୍କ ବିୟୋଗରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ