କେନ୍ଦ୍ରାପଡା କଲେଜ ବାଣିଜ୍ୟ ବିଭାଗ ପୁରାତନ ଛାତ୍ରବନ୍ଧୁଙ୍କ ମିଳନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ୨୦୧୦ ବ୍ୟାଚର ପୁରାତନ ଛାତ୍ରମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବାଣିଜ୍ୟ ବିଭାଗରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ପ୍ରେରଣାରେ ଏବଂ ଅଧ୍ୟାପକ ବିଭବ କୁମାର ମହାନ୍ତିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ବିଭାଗର ପ୍ରାକ୍ତନ ଅଧ୍ୟାପକ ଗିରିଶ କୁମାର ପାତ୍ର, ବିନ୍ଦୁମିତ୍ର ବଳ, ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ଲକ୍ଷ୍ମୀନାରାୟଣ ଅଧିକାରୀ, କୈଳାସ ଚନ୍ଦ୍ର ଲେଙ୍କା, ବୀରେନ କୁମାର ରାଉତ, ବର୍ତ୍ତମାନର ବିଭାଗୀୟ ମୁଖ୍ୟ ଅଧ୍ୟାପକ ଜ୍ଞାନରଞ୍ଜନ ଦାସ, ଅଧ୍ୟାପକ ରଞ୍ଜିତ କୁମାର ଦାସ, ବିଭାଗର ଅନ୍ୟତମ ଅଧ୍ୟାପକ ସୁରେଶ ଚନ୍ଦ୍ର ଦାସ, ୱାଇ ପଦ୍ମାବତୀ, ରଞ୍ଜିତା ଗଡ଼ସରା, ଆର୍ଯ୍ୟାସ୍ମିତା କର ପ୍ରମୁଖ ଯୋଗଦେଇ ସେହି ପୁରାତନ କଲେଜ ଜୀବନର ସ୍ମୃତିକୁ ରୋମନ୍ଥନ କରିଥିଲେ । ବିଭାଗର କର୍ମଚାରୀ ଦେବ ନାରାୟଣ ବାରିକ, ସୁବାସ ଗୋଛାୟତ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ । ପୁରାତନ ଛାତ୍ର ଅବିନାଶ ପ୍ରଧାନ, ସତ୍ୟରଞ୍ଜନ ସୁଆର ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଶୁଭନାରାୟଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ପୁରାତନ ଛାତ୍ର ଚିତ୍ତରଞ୍ଜନ ପତ୍ରୀ, ସୁଭାଶିଷ ଦାସ, ବିକାଶ ଜେନା, ସତ୍ୟଶିବ ପଣ୍ଡା, ଦୀପକ ପରିଡା, ସରୋଜକାନ୍ତ ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ