କେନ୍ଦ୍ରାପଡା କଲେଜ ବାଣିଜ୍ୟ ବିଭାଗରେ ନବାଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ଆନୁକୂଲ୍ୟରେ +୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବାଣିଜ୍ୟ ବିଭାଗ ମୁଖ୍ୟ ଡଃ. ଜ୍ଞାନରଞ୍ଜନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କଲେଜ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଓ ଅଧ୍ୟାପକ ସୁରେଶ ଚନ୍ଦ୍ର ଦାସ, ଅଧ୍ୟାପିକା ୱାଇ ପଦ୍ମାବତୀ, ଆର୍ଯ୍ୟସ୍ମିତା କର, ଅଧ୍ୟାପକ ବିକାଶ କୁମାର ନାୟକ, ବିଭବ କୁମାର ମହାନ୍ତି, ମନୋଜ କୁମାର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଗକୁ ବଢିବା ପାଇଁ ଓ ନିଜର ଲକ୍ଷ୍ୟକୁ ପୁରଣ କରିବା ପାଇଁ ମାର୍ଗଦର୍ଶନ ଦେଇଥିଲେ । ଏହି ଉତ୍ସବରେ +୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବାଣିଜ୍ୟ ବିଭାଗର +୩ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ଏହି ଉତ୍ସବର ଆୟୋଜନ କରିଥିଲେ । ନବାଗତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏକ ପ୍ରତିଯୋଗୀତା ମାଧ୍ୟମରେ ଦୁଇଜଣଙ୍କୁ ମିଷ୍ଟର ଡେବିଟ ଏବଂ ମିସ କ୍ରେଡିଟ ଭାବେ ବଛାଯାଇଥିଲା । ଅଧ୍ୟାପକ ବିକାଶ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ