କେନ୍ଦ୍ରାପଡା କଲେଜ ବାଣିଜ୍ୟ ବିଭାଗ ମୁଖ୍ୟଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ମୁଖ୍ୟ ଡ. ଜ୍ଞାନରଞ୍ଜନ ଦାସଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ନୂତନ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପିକା ୱାଇ. ପଦ୍ମାବତୀ, ଅଧ୍ୟାପକ ଡ. ସୁରେଶ ଚନ୍ଦ୍ର ଦାସ, ବିକାଶ କୁମାର ନାୟକ, ମନୋଜ ପ୍ରଧାନ, ବିଭବ କୁମାର ମହାନ୍ତି, ଚିତ୍ତରଞ୍ଜନ ମଲ୍ଲ, ଅଧ୍ୟାପିକା ରଞ୍ଜିତା ଗଡସରା, ଆର୍ଯ୍ୟସ୍ମିତା କର, କମ୍ପ୍ୟୁଟର ବିଜ୍ଞାନ ବିଭାଗ ମୁଖ୍ୟ ଡ. ଆନନ୍ଦ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଡ. ଦାସଙ୍କ କର୍ତ୍ତବ୍ୟ ପରାୟଣତା ଓ ଦାୟିତ୍ୱବୋଧ ସମ୍ପର୍କରେ ଅବତାରଣା କରି ତାଙ୍କର କେନ୍ଦ୍ରାପଡା ମହାବିଦ୍ୟାଳୟର କାର୍ଯ୍ୟକାଳ ସମୟର ବିଭିନ୍ନ ଘଟଣାକୁ ଅବଲୋକନ କରିଥିଲେ । ଏହି ଅବସରରେ ଡ. ଦାସଙ୍କୁ ମହାବିଦ୍ୟାଳୟ ପକ୍ଷରୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ତାଙ୍କର ଏକ ଚିତ୍ରକୃତି ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଗୋପୀନାଥ, ଆଶୁତୋଷ, ସୁପ୍ରଭା ପ୍ରମୁଖ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ