କେନ୍ଦ୍ରାପଡା କଲେଜ ମାଇଁ ଏନସିସି ଆଲମୁନି ଆସୋସିଏସନ ପକ୍ଷରୁ ମେଧାବୀ ଛାତ୍ରୀଙ୍କୁ ସହାୟତା

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର +୩ କଳା ବିଭାଗର ମନୋବିଜ୍ଞାନ ସମ୍ମାନର ଅଧ୍ୟୟନ କରୁଥିବା ମେଧାବୀ ଛାତ୍ରୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବରପଡା ଗ୍ରାମର ସ୍ୱର୍ଗତ ପିତାମ୍ବର ଷଣ୍ଢଙ୍କ ଝିଅ ପ୍ରଜ୍ଞାପରମିତା ଷଣ୍ଢଙ୍କୁ କଲେଜର “ମାଇଁ ଏନସିସି ଆଲମୁନି ଆସୋସିଏସନ” ପକ୍ଷରୁ ୨୫ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ପ୍ରଜ୍ଞାଙ୍କର ପିତା ପିତାମ୍ବର ଷଣ୍ଢଙ୍କର ଗତମାସରେ କୋଭିଡ ସଂକ୍ରମିତ ହୋଇ ପରଲୋକ ହୋଇଥିଲା । ତାଙ୍କ ପିତା ଜଣେ ବେସରକାରୀ ସଂସ୍ଥାରେ ସ୍ୱଳ୍ପ ଆୟରେ କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ହେବାରୁ ତାଙ୍କର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଥିଲା । ପ୍ରଜ୍ଞା ଜଣେ ମେଧାବୀ ଛାତ୍ରୀ ସହିତ କଲେଜ ଏନସିସି ରେ ଯୋଗଦେଇ ବହୁ ସୁନାମ ଅର୍ଜ୍ଜନ କରିଛନ୍ତି । ଏହି ଘଟଣା ଆପଣ ଏକା ନୁହଁନ୍ତି କାର୍ଯ୍ୟକ୍ରମରେ ପ୍ରସାରିତ ହେବାରୁ ଏଥିରେ ଅନୁପ୍ରାଣିତ ହୋଇ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ମାଇଁ ଏନସିସି ଆଲମୁନି ସଂଘ ପକ୍ଷରୁ ତାଙ୍କର ପାଠପଢା ପାଇଁ ୨୫ହଜାର ଟଙ୍କାର ଆର୍ଥିକ ସହାୟତା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ମହାବିଦ୍ୟାଳୟର ଏନସିସି ବାଳିକା ବିଭାଗର ଏଏନଓ ମେଜର ମନୋରଞ୍ଜନ ମହାନ୍ତି ଏକହଜାର ଟଙ୍କା ସହାୟତା କରିଥିବା ବେଳେ ଲେଫ୍ଟନାଣ୍ଟ ସୀମା ମହାନ୍ତି ତାର ଉଚ୍ଚଶିକ୍ଷା ପାଇଁ ସବୁ ପ୍ରକାର ସହାୟତା ଯୋଗାଇଦେବେ ବୋଲି ପ୍ରତିଶ୍ରୃତି ଦେବା ସହ ଏକହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଙ୍ଘର ସଭାପତି ପ୍ରଭାସିନୀ ସାହୁ, ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ, ସହ ସମ୍ପାଦକ ବିରେନ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ରଞ୍ଜିତ କୁମାଇ ପଲାଇ, ଉମେଶ ଚନ୍ଦ୍ର ଜେନା, ରଶ୍ମୀରଞ୍ଜନ ମହାରଣା, ଦେବପ୍ରସନ୍ନ ସ୍ୱାଇଁ, ସଂଜୟ ମଲ୍ଲିକ, ରିୟାଜୁଦ୍ଦିନ ଖାଁ, ଅଜଗର ଅଲ୍ଲୀ, ଅନୁପ ରାଉତ, ରାଧେଶ୍ୟାମ ରାଉତ. ରଞ୍ଜନ ଲେଙ୍କା, ଚିତ୍ତରଞ୍ଜନ ଦାସ, ବୈଭବ ମହାନ୍ତି, ସୁଶ୍ରୀ ସଙ୍ଗୀତା ଦାସ, ସୌମ୍ୟାଶ୍ରୀ ଦାସ, ନାଗିନା ବେଗମ, ରିତିକା ସ୍ୱାଇଁ, ମାମୁନି ଆଟ୍ଟୋଇ, ଅଲିନା ଜତି ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ