କେନ୍ଦ୍ରାପଡା କୋର୍ଟ ପରିସରରେ ମଧୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ଓକିଲ ସଂଘ ପକ୍ଷରୁ ସଭାପତି ବିଚିତ୍ରାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ କେନ୍ଦ୍ରାପଡା ଅଦାଲତ ପରିସରରେ ଥିବା ମଧୁ ବାବୁଙ୍କ ପ୍ରତିମୂର୍ତିରେ ବିଶିଷ୍ଟ ଅତିଥି ମାନଙ୍କ ଦ୍ୱାରା ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା । ପରେ କୋର୍ଟ କନଫରେନ୍ସ ହଲରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଜଜ ବିଶ୍ୱଜିତ ମହାନ୍ତି, ବିଶିଷ୍ଟ ଅତିଥି ଭାବେ ବିଧାୟକ ଶଶିଭୂଷଣ ବେହେରା, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ନନ୍ଦ କିଶୋର ପରିଡା, ଅତିରିକ୍ତ ଜିଲ୍ଲାଜଜ ଅଜୟ ପ୍ରଧାନ, ପ୍ରଣତି ପଟ୍ଟନାୟକ, କୋର୍ଟର ସମସ୍ତ ବିଚାର ପତି ମାନେ ଯୋଗ ଦେଇ କହିଥିଲେ ଯେ ଓଡିଶା ମାଟିରେ ଜନ୍ମ ଗ୍ରହଣ କରି ସମଗ୍ର ଓଡିଆ ଜାତି ଓ ଜାତୀୟତାର ଅସ୍ମୀତାର ବୀଜମନ୍ତ୍ର ବୁଣିଥିବା ମହାନ ପ୍ରତିଭା ବାଗ୍ମୀ, ସୁବକ୍ତା, ସୁସାହିତ୍ୟିକ, ପ୍ରଥମ ଓଡିଆ ଓକିଲ ହେଉଛନ୍ତି ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ ଉତ୍କଳ ଗୈାରବ କୁଳବୃଦ୍ଧ ମଧୁସୂଦନ । ମଧୁବାବୁ ଓଡିଶାରୁ ପ୍ରଥମ ଏମ.ଏ,ପ୍ରଥମ ବିଏ. ବି. ଏଲ. ଲ ପାସ କରିଥିବା ଏବଂ ପ୍ରଥମ ଓଡିଆ ଓକିଲ । ତାଙ୍କର ଦୂରଦର୍ଶିତା ଓ ବିଚକ୍ଷଣ ବୁଦ୍ଧିମତାର ଓକିଲାତି କଳା ଅନନ୍ୟ ଓ ବିରଳ ତଥା ସମସ୍ତ ଓଡିଶା ବାସୀଙ୍କ ପାଇଁ ସବୁ ସମୟରେ ପ୍ରେରଣାର ଉତ୍ସ ହୋଇ ରହିବ । ସେ ୧୮୮୩ ମସିହାରୁ ୧୮୯୦ ପର୍ଯ୍ୟନ୍ତ ରେଭେନ୍ସା କଲେଜରେ ଆଇନ ଅଧ୍ୟାପକ ଥିଲେ । ମଧୁ ବାବୁଙ୍କ ଜୀବନୀ ଓଡିଆ ଜାତିର ଏକ ମହାକାବ୍ୟ । ସେ ଥିଲେ ଓଡିଆ ଜାତିର ସ୍ୱାଭୀମାନର ପ୍ରତୀକ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ଧନୁର୍ଧର ନାୟକ, ପ୍ରଦୀପ ମହାନ୍ତି, ଧ୍ରୁବ ଚରଣ ଜେନା, ସରକାରୀ ଓକିଲ ସଞ୍ଜୟ କୁମାର ଜେନା , ଗଗନ ବିହାରୀ ଜେନା, ରମାକାନ୍ତ ସ୍ୱାଇଁ, ବିଭୁ ପ୍ରସାଦ ସିଂ, ନିରଞ୍ଜନ ବଳ, ରଞ୍ଜନ କୁମାର ପଣ୍ଡା, ଦିଲ୍ଲୀପ ପରିଡା, ରେଣୁବାଳା ସାମଲ, ତମସା ପାତ୍ର, ଶାନ୍ତି ସ୍ୱରୂପଭୂୟାଁ, ଇତିହାସ ଲେଙ୍କା, ପ୍ରତାପ ଚନ୍ଦ୍ର ଦାସ, ଦେବଦାସ ମହାନ୍ତି, ଭୀମସେନ ଭୂୟାଁ, ରମେଶ ଲେଙ୍କା, ପରମେଶ୍ୱର ଭୂୟାଁ, ମୃତ୍ୟୁଞ୍ଜୟ ସ୍ୱାଇଁ, ସୁରେଶ ନାୟକ,ମମତା ସାମଲ, ସୁରେଶ ସେଠୀ, ମନୋଜ ସାହୁ, ଆଶୁତୋଷ ମହାନ୍ତି , ମୋହନ ସାହୁ, ଦୟାଶଙ୍କର ଦ୍ୱିବେଦୀ ଏବଂ ବହୁ ଆଇନଜୀବୀମାନେ ଉପସ୍ଥିତ ଥିଲେ । ଶେଷରେ ଉପ ସଭାପତି ପ୍ରଭାତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ