କେନ୍ଦ୍ରାପଡା କ୍ରିକେଟ ଆସୋସିଏସନ ପକ୍ଷରୁ ଆନ୍ତଃ ଟୁର୍ଣ୍ଣାମେଣ୍ଟ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା କ୍ରିକେଟ ଆସୋସିଏସନ ପକ୍ଷରୁ ଆନ୍ତଃ ଟୁର୍ଣ୍ଣାମେଣ୍ଟ ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଅଙ୍ଗୁଳେଇ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଦୁଇଟି ଦଳ ଭାଗ ନେଇଥିଲେ । କେନ୍ଦ୍ରାପଡାର ବାଲାବାବା କ୍ଲବ ଓ ନେତାଜୀ କ୍ଲବ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବାଲାବାବା କ୍ଲବ ୪ ୱିକେଟ ବିନିମୟରେ ୧୭୨ରନ କରି ବିଜୟୀ ହୋଇଥିବା ବେଳେ ଆଦର୍ଶ ଦାସ ସର୍ବାଧିକ ୫୮ରନ ନେଇଥିବା ବେଳେ ବିକାଶ ପରିଡା ୫୬ ଓ ରୋହିତ ଗାହାନ ୪୫ ରନ କରିଥିଲେ । ସେହିପରି ଆଳି ବ୍ଲକର ନୋଳସାହିରେ ଇଲେଭେନ ଷ୍ଟାର କ୍ଲବ କେନ୍ଦ୍ରାପଡା ବିଶ୍ୱାସ କ୍ଲବ ଠାରୁ ପରାଜୟ ବରଣ କରିଥିଲା । ଇଲେଭେନ ଷ୍ଟାର କ୍ଲବ ୧୦ ୱିକେଟ ବିନିମୟରେ ୨୦୯ ରନ କରିଥିବା ବେଳେ ବିଶ୍ୱାସ କ୍ଲବ ୨ୱିକେଟ ବିନିମୟରେ ୨୧୬ରନ କରିଥିଲା ।