କେନ୍ଦ୍ରାପଡା କ୍ରୀଡା ଓ କଳା ପ୍ରାଥମିକ ଶିକ୍ଷକ ସଙ୍ଘର ବୈଠକ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲା ସ୍ଥାନୀୟ କଜଳା ମହାଦେବ ମନ୍ଦିର ପରିସରରେ ଶୁକ୍ରବାର କ୍ରୀଡା ଓ କଳା ପ୍ରାଥମିକ ଶିକ୍ଷକ ସଙ୍ଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦିନ ଧରି ଅଳ୍ପ ଦରମାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ରୁପେ ଦାଇତ୍ୱ ତୁଲାଇ ଆସୁଥିବା ବେଳେ ହଠାତ୍ ସରକାରଙ୍କ ନିଷ୍ପତ୍ତି ବିଦ୍ୟାଳୟରେ ଶହେରୁ କମ୍ ଥିଲେ ସଂପୃକ୍ତ ବିଦ୍ୟାଳୟର କ୍ରୀଡା ଓ କଳା ପ୍ରାଥମିକ ଶିକ୍ଷକଙ୍କୁ ଛଟେଇ କରାଯିବ ବୋଲି ନିର୍ଦେଶ ଦେଇଥିବାରୁ ସେ ସମ୍ପର୍କରେ ଆଲୋଚନା କରାଯାଇଛି ।ଶିକ୍ଷକ ମାନଙ୍କୁ ଛଟେଇ କରାନଯାଇ ଶତପ୍ରତିଶତ ବିଦ୍ୟାର୍ଥୀ ଥିବା ସ୍କୁଲକୁ ସ୍ଥାନାନ୍ତରିତ କରିବାକୁ ଦାବି କରିଛନ୍ତି । ନଚେତ ଏହାର ପ୍ରତିବାଦରେ ଆଗାମି ଦିନରେ ଏହି ଶିକ୍ଷକମାନେ ନିଯୁକ୍ତି ପାଇଥିବା ସ୍କୁଲ ଗୁଡିକରେ ଆତ୍ମାହୁତି ଦେବାକୁ ବାଧ୍ୟ ହେବେ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ନିରାକାର ମହାରଣାଙ୍କ ଆବାହକତ୍ୱରେ ଏବଂ ଜିଲ୍ଲା ସମ୍ପାଦକ ଦିଲ୍ଲିପ କୁମାର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରିଜୱାନ ବେଗ, ଶ୍ରାବଣୀ ସ୍ୱାଇଁ, ଅନିତା ଦାସ, କଳ୍ପନା ଦାସ, ବନ୍ଦିତା ପ୍ରିୟଦର୍ଶିନୀ, ଭାଗ୍ୟଶ୍ରୀ ବେହେରା, ରଞ୍ଜିତା ଦାସ, ମୋନାଲିସା ନନ୍ଦ, ଶଶୀରେଖା ସାହୁ, ରିନାମଞ୍ଜରୀ ସାହୁ, ମୋନାଲିସା ରାଉତ ପ୍ରମୁଖ ଶତାଧିକ ଶିକ୍ଷକ ,ଶିକ୍ଷୟତ୍ରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।