କେନ୍ଦ୍ରାପଡା ଜିଲାରେ ଆଜି ୩୭କରୋନା ପଜିଟିଭ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାରେ ଶୁକ୍ରବାର ୩୭ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଡେରାବିଶି ବ୍ଲକରେ ୪ଜଣ କରୋନା ପଜିଟିଭ କେଶ ବାହାରିଥିବା ବେଳେ ଗରଦପୁର ବ୍ଲକରେ ଜଣେ, କେନ୍ଦ୍ରାପଡା ବ୍ଲକରେ ୮ଜଣ, ମହାକାଳପଡା ବ୍ଲକରେ ୭ଜଣ, ମାର୍ଶାଘାଇ ବ୍ଲକରେ ଜଣେ ଓ ପଟ୍ଟାମୁଣ୍ଡାଇ ବ୍ଲକରେ ୯ଜଣ, ରାଜକନିକା ବ୍ଲକରେ ଜଣେ, ରାଜନଗର ବ୍ଲକରେ ଜଣେ ଓ କେନ୍ଦ୍ରାପଡା ପୈାରାଞ୍ଚଳରେ ୫ଜଣ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି ।


