କେନ୍ଦ୍ରାପଡା ଜିଲାରେ ଆଜି ୫୮କରୋନା ପଜିଟିଭ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ବୁଧବାର ୫୮ ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଆଳି ବ୍ଲକରେ ୧୨ଜଣ କରୋନା ପଜିଟିଭ କେଶ ବାହାରିଥିବା ବେଳେ ଡେରାବିଶ ବ୍ଲକରେ ୧୦, କେନ୍ଦ୍ରାପଡା ବ୍ଲକରେ ୧୪, ମହାକାଳପଡା ବ୍ଲକରେ ୨, ମାର୍ଶାଘାଇ ବ୍ଲକରେ ୪, ପଟ୍ଟାମୁଣ୍ଡାଇ ବ୍ଲକରେ ୬, ରାଜକନିକା ବ୍ଲକରେ ୩, ରାଜନଗର ବ୍ଲକରେ ୩ଜଣ ଓ କେନ୍ଦ୍ରାପଡା ପୈାରାଞ୍ଚଳର ୪ ଜଣ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି ।

 
            
