କେନ୍ଦ୍ରାପଡା ଜିଲ୍ଲାରେ ଆଜି ୫କରୋନା ପଜିଟିଭ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ଜିଲ୍ଲାରେ ସୋମବାର ୫ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଡେରାବିଶ ବ୍ଲକରେ ୨ଜଣ କରୋନା ପଜିଟିଭ କେଶ ବାହାରିଥିବା ବେଳେ କେନ୍ଦ୍ରାପଡା ବ୍ଲକରେ ଜଣେ, ମହାକାଳପଡା ବ୍ଲକରେ ଜଣେ ଓ କେନ୍ଦ୍ରାପଡା ପୈାରାଞ୍ଚଳରେ ଜଣେ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି ।


