କେନ୍ଦ୍ରାପଡା ଜିଲ୍ଲାରେ ଆଜି ୧୦କରୋନା ପଜିଟିଭ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାରେ ରବିବାର ୧୦ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଡେରାବିଶ ବ୍ଲକରେ ଜଣେ କରୋନା ପଜିଟିଭ କେଶ ବାହାରିଥିବା ବେଳେ ଗରଦପୁର ବ୍ଲକରେ ଜଣେ, କେନ୍ଦ୍ରାପଡା ବ୍ଲକରେ ୩ଜଣ, ମହାକାଳପଡା ବ୍ଲକରେ ଜଣେ, ପଟ୍ଟାମୁଣ୍ଡାଇ ବ୍ଲକରେ ଜଣେ ଓ କେନ୍ଦ୍ରାପଡା ପୈାରାଞ୍ଚଳରେ ୩ଜଣ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି ।