କେନ୍ଦ୍ରାପଡା ଜିଲ୍ଲାରେ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ସେବାର ସୁଧାର ଆବଶ୍ୟକ – କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ

କେନ୍ଦ୍ରାପଡା, ( ଚି‌ତ୍ତରଂଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ଆର୍ଥିକ ଅନଗ୍ରସର ଏବଂ ରାଜ୍ୟର ୨୯ତମ ସ୍ଥାନରେ ସ୍ଥାନୀତ । ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହ ଏବଂ ସର୍ବନିମ୍ନ ଆବଶ୍ୟକତା ଯୋଗାଇଦେବା ସରକାରଙ୍କ କର୍ତ୍ତବ୍ୟ ହୋଇଥିବା ବେଳେ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସମେତ ୯ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ୪୬ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିମନ୍ତେ ୨୪୬ଟି ଅନୁମୋଦିତ ଡାକ୍ତର ପଦବୀ ଥିବାବେଳେ ସେଥିମଧ୍ୟରୁ ମାତ୍ର ୯୩ ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି ବୋଲି କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସାମ୍ମୁଖ୍ୟର ସମ୍ପାଦକ ଅଧ୍ୟାପକ ଅଜୟ ସାମଲ । ବିଭିନ୍ନ କାରଣରୁ ସରକାରୀ ଚିକିତ୍ସାଳୟ ଗୁଡିକ ରୋଗୀମାନଙ୍କ ପାଇଁ ନିରାପଦ ହେଉନଥିବାରୁ ଅଧିକାଂଶ ରୋଗୀ ବିଶେଷ କରି ପ୍ରସୂତୀ ମହିଳାମାନେ ଅଧିକ ଖର୍ଚ୍ଚାନ୍ତ ହୋଇ ବେସରକାରୀ ଚିକିତ୍ସାଳୟ ଗୁଡକୁୁ ଆଶ୍ରା କରିବାକୁ ବାଧ୍ୟ ହେଉଛନ୍ତି । ଜିଲ୍ଲାର ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ସୁଧାର ଆଣିବା ପାଇଁ ଖାଲି ପଡିଥିବା ଡାକ୍ତର ପଦବୀ ପୁରଣ ଏବଂ କାର୍ଯ୍ୟରତ ଡାକ୍ତର ମାନେ ରୋଗୀ ସେବାରେ ଅଧିକ ମନୋନିବେଶ କରିବାର ଆବଶ୍ୟକତା ରହିଛି । ଜିଲ୍ଲା ବିକାଶ ସାମ୍ମୁଖ୍ୟ ପକ୍ଷରୁ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଣୀଙ୍କ ସହିତ ଏସମ୍ପର୍କରେ ଆଲୋଚନା କରାଯାଇଥିଲେ ମଧ୍ୟ ସ୍ଥିତିରେ କୈାଣସି ସୁଧାର ଆସୁନାହିଁ । ସରକାରୀ ଡାକ୍ତରମାନେ ଘରୋଇ ଚିକିତ୍ସା ଓ ନର୍ସିଂ ହୋମ୍ ମୁହାଁ ହେଉଥିବାରୁ ସରକାରୀ ଚିକିତ୍ସାଳୟରେ ଚିକିତ୍ସା ବ୍ୟବସ୍ଥା ଏକରକମ ଭୁଷୁଡି ପଡିବାରେ ଲାଗିଛି । ଫଳରେ ଗରିବ ଲୋକମାନେ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି । ଡାକ୍ତରମାନେ ସପ୍ତାହକୁ ୪୮ ଘଣ୍ଟା କାମ କରିବା ପାଇଁ ଉଦ୍ଦିଷ୍ଟ ବୋଲି ମତ ରଖି ୩ ଦିନ ଭିତରେ ୪୮ ଘଣ୍ଟା କାମ କରି ଅନ୍ୟତ୍ର ଯାଇ ଯୁକ୍ତି ସଂଗତ ଭାବେ ଆମେ ଠିକ୍ କାମ କରିଛୁ ବୋଲି ଅନେକ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଯୁକ୍ତି ବାଢୁଛନ୍ତି । ଡାକ୍ତରମାନେ ମୁଖ୍ୟାଳୟରେ ରହି ସପ୍ତାହକୁ ଅନ୍ତତଃ ୬ ଦିନ କାର୍ଯ୍ୟ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯିବା ଜରୁରୀ । ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଇଚ୍ଛାଶକ୍ତି ରହିଲେ ଏପରି ପରିସ୍ଥିତିରେ ସୁଧାର ଆସିପାରନ୍ତା । ଲୋକପ୍ରତିନିଧିମାନେ ସମୀକ୍ଷା କରି ଏହି ସମସ୍ୟାର ନିରାକରଣର ପନ୍ଥା ବାହାର କରିବାକୁ ଚେଷ୍ଟା କରିବା ଆବଶ୍ୟକ । ଏହି ପରିପେକ୍ଷୀରେ ଜିଲ୍ଲା ବିକାଶ ସାମ୍ମୁଖ୍ୟର ସଂପାଦକ ଅଧ୍ୟାପକ ଶ୍ରୀ ସାମଲ ଜିଲ୍ଲା ପ୍ରଶାସନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଲୋକପ୍ରତିନିଧିମାନେ ବିଚାର ବିମର୍ଷ କରି ରୋଗୀ ସେବାର ସୁଧାର ଆଣିବା ପାଇଁ ଅନୁରୋଧ କରିଛନ୍ତି । ଯଦି ସରକାର ଏହି ରୋଗୀସେବାକୁ ଅଣଦେଖା କରି ସୁଧାର ଆଣିବା ନିମନ୍ତେ ପଦକ୍ଷେପ ନ ନିଅନ୍ତି ତେବେ ଜିଲ୍ଲା ବିକାଶ ସାମ୍ମୁଖ୍ୟ ଜନସାଧାରଣଙ୍କ ସହ ମିଶି ବ୍ୟାପକ ଆନ୍ଦୋଳନାମ୍‌ôକ କାର୍ଯ୍ୟକ୍ରମକୁ ଓହ୍ଲାଇବ ବୋଲି ସଂଗଠନର କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂପାଦକ ଅଧ୍ୟାପକ ଶ୍ରୀ ସାମଲ ଘୋଷଣା କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡଃ. ଉପେନ୍ଦ୍ର ନାଥ ପ୍ରଧାନ, ଗୋଲଖ ଚନ୍ଦ୍ର ମହାଭୋଇ, ବୈଷ୍ଣବ ଚରଣ ସ୍ୱାଇଁ, ରାଜକୁମାର ବିଶ୍ୱାଳ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ଆଦିକନ୍ଦ ରାଉଳ, ଅମୀୟ ନାୟକ, ଭାଗିରଥି ଜେନା, ଶ୍ରୀନିବାସ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ