କେନ୍ଦ୍ରାପଡା ଜିଲ୍ଲାର ହରିଦାସପୁର – ପାରାଦୀପ ରେଳପଥରେ ଗଡିଲା ପ୍ୟାସେଞ୍ଜର ଟ୍ରେନ

କେନ୍ଦ୍ରାପଡା ,(ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାକୁ ବହୁ ପ୍ରତିକ୍ଷିତ ରେଳ ପଥ ସଂଯୋଗର ଫଳ ସୁରୂପ ଆଜି ପ୍ୟାସେଞ୍ଜର ଟ୍ରେନ ନିର୍ମାଣାଧିନ ହରିଦାସପୁର – ପାରାଦୀପ ବ୍ରଡହଜ ରେଳ ପଥକୁ ପରୀକ୍ଷା ନୀରିକ୍ଷା କରିଥିବା ଦେଖାଯାଇଛି । ହରିଦାସପୁର ଠାରୁ ପାରାଦୀପ ପର୍ଯ୍ୟନ୍ତ ଦୀର୍ଘ ୮୨ କିଲୋମିଟର ଲମ୍ବର ବ୍ରଡଗଜ ରେଳପଥର ହରିଦାସପୁର ଠାରୁ ମାର୍ଶାଘାଇ ରୋଡ ପର୍ଯ୍ୟନ୍ତ ରେଳପଥକୁ ପରୀକ୍ଷା କରିବା ନିମନ୍ତେ ଆଜି ହରିଦାସପୁରରୁ ବାହାରିଥିବା ଏକ ୭ଟି ପ୍ୟାସେଞ୍ଜର ବଗିଲାଗିଥିବା ଟ୍ରେନ କେନ୍ଦ୍ରାପଡାର ମାର୍ଶାଘାଇ ରୋଡ ପର୍ଯ୍ୟନ୍ତ ଆସିଥିବା ଓ ମାର୍ଶାଘାଇ ଠାରୁ ପୁଣି ହରିଦାସପୁର ପର୍ଯ୍ୟନ୍ତ ଫେରିଥିଲା । ପୂର୍ବରୁ ପ୍ରାୟ ୮/୧୦ଥର ରେଳ ଇଞ୍ଜିନ ଏହି ବ୍ରଡଗଜ ରେଳପଥରେ ଗଡିଥିବା ବେଳେ ଆଜି ପ୍ରଥମ ଥର ପାଇଁ ଏକ ୭ଟି ପ୍ୟାସେଞ୍ଜର ବଗି ଲାଗିଥିବା ଟ୍ରେନ ଗିଡିଛି ଏହି ରେଳପଥ ଉପରେ । ପରୀକ୍ଷା ମୂଳକ ଭାବେ ବାହାରିଥିବା ଏହି ପ୍ୟାସେଞ୍ଜର ବଗିଲାଗିଥିବା ଟ୍ରେନ ସହିତ ଆର. ଭି. ଏନ. ଏଲର ଜେ. ଜି. ଏମ. ଏସ. କେ. ନାୟକ, ଡିଜିଏମ ରାଜୀବ ରଞ୍ଜନ ପଣ୍ଡା, ମ୍ୟାନେଜର(ଇଲେକ୍ଟ୍ରିକାଲ) ଏସ. କେ. ଘୋଷ, ଏଜିଏମ(ଇଲେକ୍ଟ୍ରିକାଲ)ଶିବରାମ ବେହେରା, ପ୍ରୋଜେକ୍ଟ ଇଞ୍ଜିନିଅର(ଇଲେକ୍ଟ୍ରିକାଲ) ରବିରଞ୍ଜନ ଝା, ଟି. ଟି. ଆଇ. ପି. ଏଲ. ର ପି. ଏମ. ରମେଶ ଝାଲା,ଏ. ଆର. ଏସ. ଏସ. ର ପି. ଏମ. ଶୁଭେନ୍ଦ୍ର ଦଣ୍ଡପାଟ ପ୍ରମୁଖ ଆସିଥିଲେ । ବିଭାଗୀୟ ଅଧିକାରୀମାନଙ୍କ କହିବା କଥା ହେଲା ଏହି ରେଳପଥରେ ରେଳ ଚାଲିବା ପୂର୍ବରୁ ଟ୍ରାକ ଠିକ ଅଛିକି ନାହିଁ ତାହା ପରୀକ୍ଷା କରିବା ନିମନ୍ତେ ସେମାନେ ଆଜି ଏହି ପ୍ୟାସେଞ୍ଜର ଟ୍ରେନ ଯୋଗେ ଏଠାକୁ ଆସି ପରୀକ୍ଷା ନିରୀକ୍ଷା କରିଥିଲେ । ଏହି ରେଳପଥଟି ସମ୍ପୂର୍ଣ୍ଣ ଠିକ ଥିବା ପରୀକ୍ଷାରୁ ଜଣାପଡିବା ପରେ ଏହି ପଥଦେଇ ରେଳ ଚାଲିପାରିବ ବୋଲି ସେମାନେ କହିଥିଲେ । ଏହି ରେଳପଥଟିରେ ରେଳ ଚାଲିବା ପରେ କେନ୍ଦ୍ରାପଡାବାସୀଙ୍କ ଦୀର୍ଘଦିନର ଆଶା ପୁରଣ ହୋଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ