କେନ୍ଦ୍ରାପଡା ଜିଲ୍ଲା ଉତ୍କଳ ସର୍ବୋଦୟ ମଣ୍ଡଳର ସାଂଗଠନିକ ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବିକାଶ ସାମ୍ମୁଖ୍ୟ ସଭାଗୃହରେ ଉତ୍କଳ ସର୍ବୋଦୟ ମଣ୍ଡଳର ଜିଲ୍ଲା ସଭାପତି ଅକ୍ରୁର ପଲାଇଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ମିହିର ପ୍ରତାପ ଦାସ, ଯାଜପୁର ଜିଲ୍ଲା ସଭାପତି ତଥା କେନ୍ଦ୍ରାପଡାର ପର୍ଯ୍ୟବେକ୍ଷକ ରାମଚନ୍ଦ୍ର ଶୁକ୍ଳା, ମୁଖ୍ୟବକ୍ତା ଭାବେ ଡଃ. ବାସୁଦେବ ଦାସ, ତୁଳସୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଅଜୟ ସାମଲ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଜିଲ୍ଲା ସଂଯୋଜକ ଆଦିକନ୍ଦ ରାଉଳ ପ୍ରମୁଖ ଯୋଗଦେଇ ସଭାରେ ଉପସ୍ଥିତ ସମସ୍ତ ଗାନ୍ଧୀ ପ୍ରେମୀମାନଙ୍କୁ ଗାନ୍ଧୀଙ୍କ ଅମୂଲ୍ୟ ବାର୍ତ୍ତା ଓ ଅନୁଚିନ୍ତା କିଭଳି ଭାବେ ଗାଁ ଗାଁର ପ୍ରତ୍ୟେକ ଘରେ ପହଞ୍ଚି ପାରିବ ସେ ବିଷୟରେ ପୁଙ୍ଖୁନାପୁଙ୍ଖ ଭାବରେ ଆଲୋକପାତ କରିଥିଲେ । ଏଥିସହିତ ଜିଲ୍ଲାରେ କିଭଳି ଭାବରେ ସାମ୍ପ୍ରଦାୟିକ ସଦଭାବ ରକ୍ଷା ହୋଇପାରିବ, ଜାତିଆଣା ଭେଦଭାବ ଦୂର ହେବ ଏବଂ ନିଶା ନିବାରଣ ଉପରେ ଆଗାମୀ ଦିନରେ କାର୍ଯ୍ୟକ୍ରମ କରିବା ପାଇଁ ରାଜ୍ୟ ସଭାପତି ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ସଭ୍ୟ ନବୀକରଣ, ନୂତନ ସଭ୍ୟ ଗ୍ରହଣ କରାଯାଇଥିଲା । ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇ ଜିଲ୍ଲା ସଭାପତି ଭାବେ ଅକ୍ରୁର ପଲାଇ, ସମ୍ପାଦକ ପଦ୍ମନାଭ ଦାସ, ରାଜ୍ୟ କମିଟିର ସଦସ୍ୟ କୁଳମଣୀ ରାଉତଙ୍କୁ ନବୀକରଣ ସହ ସଂଗଠନର ନୂତନ ନାରୀ ସଂଯୋଜିକା ଭାବେ ଗାୟତ୍ରୀ ମହାନ୍ତିଙ୍କୁ ଚୟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଭାଗିରଥୀ ଜେନା, ରାଜେନ୍ଦ୍ର ମହାପାତ୍ର, ତପସ୍ୱିନୀ ଖୁଣ୍ଟିଆ, ଧରିତ୍ରୀ ନାୟକ, ଅମୂଲ୍ୟ ନନ୍ଦ ସାହୁ, ମିନତୀ ସୁତାର ପ୍ରମୁଖଙ୍କ ସମେତ ବହୁ ଗାନ୍ଧୀ ଅନୁଗାମୀ ଓ ବୁଦ୍ଦିଜୀବୀ ଉପସ୍ଥିତ ଥିଲେ । ନିରଞ୍ଜନ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ