କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘରେ ନବ ନିର୍ବାଚିତ କର୍ମକର୍ତାଙ୍କ ଶପଥ ପାଠ ଉତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘ ପରିସରରେ ଶୁକ୍ରବାର ଅପରାହ୍ଣ ୩ ଘଟିକା ସମୟରେ ଜିଲ୍ଲା ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତର୍ାମାନଙ୍କର ଶପଥ ପାଠ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ନିର୍ବାଚନ ଅଧିକାରୀ ସଞ୍ଜୟ କୁମାର ପତ୍ରି ନବ ନିର୍ବାଚିତ କର୍ମ କର୍ତ୍ତାମାନଙ୍କୁ ଶପଥ ପାଠ କରାଇଥିଲେ । ଏହି ଉତ୍ସବରେ ନୂତନ ସଭାପତି ବରିଷ୍ଠ ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତି, ଉପ ସଭାପତି ପ୍ରଭାତ କୁମାର ପ୍ରଧାନ, ସଂପାଦକ ଧନୁର୍ଦ୍ଧର ନାୟକ, ଯୁଗ୍ମ ସଂପାଦକ ପ୍ରତାପ ଚନ୍ଦ୍ର ଦାସ, କୋଷାଧ୍ୟକ୍ଷ ଦୟା ଶଙ୍କର ଦ୍ୱିବେଦୀ, ସହ ଯୁଗ୍ମ ସଂପାଦକ ପବିତ୍ର କୁମାର ପରିଡା, କାର୍ଯ୍ୟକାରିଣି କମିଟି ସଦସ୍ୟା (ମହିଳା) ସୁଶ୍ରୀ ମମତାମୟୀ ସାମଲ ଓ ସଦସ୍ୟ ମାନସରଞ୍ଜନ ଶତପଥୀ ପ୍ରମୁଖ ଯୋଗଦେଇ ଶପଥ ପାଠ କରିଥିଲେ । ଏହି ଅବସରରେ ସମସ୍ତ ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଶପଥ ପାଠ ଉତ୍ସବରେ ପୋକ୍ସୋ କୋର୍ଟ ଜଜ ପ୍ରଣତୀ ପଟ୍ଟନାୟକଙ୍କ ସମେତ ଜିଲ୍ଲା କୋର୍ଟର ସମସ୍ତ ଜଜ ଓ ସଙ୍ଘର ବିଦାୟୀ ସଭାପତି ଧ୍ରୁବ ଚରଣ ଜେନା, ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତି, ପ୍ରଦୀପ କୁମାର ମହାନ୍ତି, ବୈଦନାଥ ଚାଟାର୍ଜି, ସୁବାଷ ଦାସ, ଭୀମସେନ ଭୁୟାଁ, ଗଗନ ବିହାରୀ ଜେନା, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ବିଭୁ ପ୍ରସାଦ ସିଂହ, ରମେଶ ଲେଙ୍କା, ବିମ୍ବାଧର ପଲାଇ, ଗୋବର୍ଦ୍ଧନ ରାଉତ, ମନୋଜ ସାହୁ, ବ୍ରଜସୁନ୍ଦର ରାଉତ, ଇତିହାସ ଲେଙ୍କା,ଅରୁଣ ପ୍ରସାଦ ଦାସ, ନିରଞ୍ଜନ ବଳ, ଆଶୁତୋଷ ମହାନ୍ତି, ତାରିଣୀ ପାଟ୍ଟଯୋଶୀ, ଜ୍ଞାନ ରଞ୍ଜନ ମହାନ୍ତି, ଅକ୍ଷୟ କୁମାର ନାଥ, ରେଣୁବାଳା ସାମଲ, ଶାନ୍ତି ସ୍ୱରୂପ ଭୂୟାଁ, ରଞ୍ଜନ କୁମାର ପଣ୍ଡାଙ୍କ ସମେତ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ