କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ନିର୍ବାଚନ ସମ୍ପର୍କରେ ବରିଷ୍ଠ ଆଇନଜୀବୀଙ୍କ ପ୍ରତିକ୍ରିୟା
କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ) ବିଭିନ୍ନ ସମୟରେ ଗଣମାଧ୍ୟମରେ କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର ଚଳିତ ୨୦୨୧-୨୦୨୨ ବର୍ଷର ନିର୍ବାଚନକୁ ନେଇ ପ୍ରକାଶ ପାଉଥିବା ଖବରରେ ଜିଲ୍ଲା ଓକିଲ ସଂଘର ବହୁ ବରିଷ୍ଠ ଆଇନଜୀବୀ ସେମାନଙ୍କର ପ୍ରତିକ୍ରିୟା ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର ନିର୍ବାଚନ ଦଳୀୟ ଭିତିରେ ହେଉନଥିବା ନେଇ ସେମାନେ ମତବ୍ୟକ୍ତ କରିଛନ୍ତି । ଜିଲ୍ଲାର ବିଚାର ବ୍ୟବସ୍ଥା ଓ ସମସ୍ତ ଓକିଲ ମାନଙ୍କର ବିଭିନ୍ନ ସାମଗ୍ରୀକ ସମସ୍ୟାକୁ ନେଇ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅତୀତରୁ ହୋଇ ଆସୁଛି । ଚଳିତବର୍ଷ ମଧ୍ୟ ଅନୁରୂପ ଭାବରେ ସଙ୍ଘର ନିର୍ବାଚନ ପ୍ରତିଦ୍ୱନ୍ଦିିତା ହେଉଛି । ଦଳମତ ନିିର୍ବିଶେଷରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ବାତାବରଣ ମଧ୍ୟରେ ଏହି ନିର୍ବାଚନ ପ୍ରତିଦ୍ୱନ୍ଦିିତା ହେଉଥିବାରୁ ଏହାର ରାଜନୀତି କରଣ ହେବା ଉଚିତ ନୁହେଁ ବୋଲି ବରିଷ୍ଠ ଆଇନଜୀବି ରବିନାରାୟଣ ମହାନ୍ତି, ବିଚିତ୍ରାନନ୍ଦ ମହାନ୍ତି, ଭୀମସେନ ଭୂୟାଁ, ମନୋରଞ୍ଜନ ମହାନ୍ତି, ନୀହାର ରଞ୍ଜନ ମହାପାତ୍ର, ବ୍ରଜସୁନ୍ଦର ରାଉତ, ଦୁର୍ଯ୍ୟୋଧନ ସାହୁ,ଯିଶୁକ୍ରିଷ୍ଣ ମହାନ୍ତି, ସୁଧିର କୁମାର ପରିଡା, ଭଗବାନ ମିଶ୍ର, ଶୁକାନ୍ତ କୁମାର ପାତ୍ର, ମନୋଜ ସାହୁ, ସୁବାଷ ଚନ୍ଦ୍ର ନାୟକ, ସାରଥୀ ଚନ୍ଦ୍ର କାନୁନଗୋ, ଅନନ୍ତ ବଲ୍ଲବ ଶତପଥୀ, ରଞ୍ଜନ କୁମାର ପଣ୍ଡା, ସୁବାଷ ଚନ୍ଦ୍ର ରାଉତ ପ୍ରମୁଖ ଦୃଢ ମତ ପୋଷଣ କରିଛନ୍ତି ।


