କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ସଭାପତି ଭାବେ ଆଶୁତୋଷ ଓ ସମ୍ପାଦକ ଭାବେ ଅଜିମୁଦ୍ଦିନ ନିର୍ବାଚିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ବରିଷ୍ଠ ଆଇନଜୀବି ଆଶୁତୋଷ ମହାନ୍ତି ଜିଲ୍ଲା ଓକିଲ ସଙ୍ଘର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ସଭାପତି ପାଇଁ ତିନିଜଣ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଆଶୁତୋଷ ମହାନ୍ତି ୨୧୭ଟି ଭୋଟ ପାଇଥିବା ବେଳେ ପୂର୍ବତନ ପୈାରାଧ୍ୟକ୍ଷ ତଥା ଆଇନଜୀବି ଧିରେନ କୁମାର ସାହୁ ୧୬୩ଟି ଏବଂ ବିଜୟ ପରିଡା୫୦ଟି ଭୋଟ ପାଇଛନ୍ତି । ସେହିପରି ସାଧାରଣ ସମ୍ପାଦକ ପଦ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ୪ଜଣଙ୍କ ମଧ୍ୟରୁ ସେକ ଅଜିମୁଦ୍ଦିନ ୨୦୯ଟି ଭୋଟ ପାଇଥିବା ବେଳେ ଦେବ କିଶୋର କର ୧୪୮ଟି, ତମସା ପାତ୍ର ୩୮ଟି ସୁଶ୍ରୀ ନାୟକ ୩୭ଟି ଭୋଟ ପାଇଛନ୍ତି । ଶନିବାର ଅନୁଷ୍ଠିତ ଏହି ନିର୍ବାଚନରେ ଜିଲ୍ଲା ଓକିଲ ସଙ୍ଘର ସଭାପତି ଭାବେ ଆଶୁତୋଷ ମହାନ୍ତି ନିର୍ବାଚିତ ହୋଇଥିବା ବେଳେ , ଉପସଭାପତି ଭାବେ ଜୀତେନ୍ଦ୍ର କୁମାର ମହାନ୍ତି, ସାଧାରଣ ସମ୍ପାଦକ ଭାବେ ସେକ ଅଜିମୁଦ୍ଦିନ ନିର୍ବାଚିତ ହୋଇଛନ୍ତି । ସେହିପରି ଯୁଗ୍ମ ସମ୍ପାଦକ ଭାବେ ଅକ୍ଷୟ କୁମାର ସ୍ୱାଇଁ ଓ କାର୍ଯ୍ୟକାରୀ କମିଟିର ମହିଳା ସଦସ୍ୟା ଭାବରେ ସୈାଦାମିନି ଜେନା ନିର୍ବାଚିତ ହୋଇଥିବା ବେଳେ କୋଷାଧ୍ୟକ୍ଷ ଭାବେ ନିରାକାର ପ୍ରଧାନ, ଲାଇବ୍ରେରୀଆନ ଭାବେ ସୁଧାଂଶୁ କୁମାର ମହାପାତ୍ର ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବରେ ସୁବାଷ କୁମାର ରାଉତ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ବୋଲି ନିର୍ବାଚନ ଅଧିକାରୀ ଆଇନଜୀବି ପ୍ରଦୀପ୍ତ କୁମାର ମହାନ୍ତି ଘୋଷଣା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ