କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥପାଠ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଓକିଲ ସଙ୍ଘ କାର୍ଯ୍ୟାଳୟ ପରିସରରେ ଶପଥ ପାଠ କରି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ସଙ୍ଘର ମଧ୍ୟବର୍ତ୍ତୀକାଳିନ ବୋର୍ଡର ସଭାପତି ସରୋଜରାଜ ସିଂହଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସ୍ୱାଗତ ଉତ୍ସବରେ ଜିଲ୍ଲା ଓକିଲ ସଙ୍ଘର ନବ ନିର୍ବାଚିତ ସଭାପତି ଆଶୁତୋଷ ମହାନ୍ତି, ଉପସଭାପତି ଜୀତେନ୍ଦ୍ର କୁମାର ମହାନ୍ତି, ସାଧାରଣ ସମ୍ପାଦକ ସେକ ଅଜିମୁଦ୍ଦିନ, ସହସମ୍ପାଦକ ଅକ୍ଷୟ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ନିରାକାର ପ୍ରଧାନ, ଯୁଗ୍ମସମ୍ପାଦକ ତଥା ଲାଇବ୍ରେରୀଆନ ସୁଧାଂଶୁ ଭୂଷଣ ମହାପାତ୍ର, କାର୍ଯ୍ୟକାରୀ କମିଟି ସଭ୍ୟ ସୁବାଷ ରାଉତ ଓ ସୈାଦାମିନି ଜେନା ପ୍ରମୁଖଙ୍କୁ ସଙ୍ଘ ପକ୍ଷରୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା । ନିର୍ବାଚନ ଅଧିକାରୀ କବି ପ୍ରସାଦ ମହାପାତ୍ର ସଙ୍ଘର ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ଶପଥ ପାଠ କରାଇଥିଲେ । ନୂତନ କର୍ମକର୍ତ୍ତାମାନେ କେନ୍ଦ୍ରାପଡା ବାର୍‌ର ସମ୍ମାନକୁ ଅକ୍ଷୂର୍ଣ୍ଣ ରଖି ନିରପେକ୍ଷ ଭାବରେ କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବି ବିଚିତ୍ରାନନ୍ଦ ମହାନ୍ତି, ଗଗନବିହାରୀ ଜେନା, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ଭୀମସେନ ଭୂୟାଁ, ଦୁର୍ଯ୍ୟୋଧନ ସାହୁ, ଦେବଦାସ ମହାନ୍ତି, ନିହାର ମହାପାତ୍ର, ରଞ୍ଜନ ପଣ୍ଡା, ନିରଞ୍ଜନ ବଳ, ସ୍ମୃତିରଞ୍ଜନ ସିଂ, ମାନସରଞ୍ଜନ ଧଳ, ଅରୁଣ ପ୍ରସାଦ ଦାସ, ଇତିହାସ ଲେଙ୍କା, ଅଧିକାରୀ ପ୍ରଭାତ କୁମାର ଦାସ, ବିଭୁ ପ୍ରସାଦ ସିଂ, ଅନନ୍ତ ବଲ୍ଲଭ ଶତପଥୀ, ସେକ ମନୁ, ବ୍ରଜସୁନ୍ଦର ରାଉତ, ସୁରେଶ ଚନ୍ଦ୍ର ନାୟକ, ମୋହନ ସାହୁ, ରବି ପାତ୍ର, ସୁରେଶ ସେଠୀ, ସୈାଭାଗ୍ୟ ନାୟକ ପ୍ରମୁଖ ଉପସ୍ଥିତ ରହି ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ